ଶ୍ରୀନଗର(ଏଟିଆର ବ୍ୟୁରୋ):ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେନା , ସିଆରପିଏଫ, ଏବଂ କମୀର ଜୋନ୍ ପୋଲିସ ଦ୍ୱାରାୂ ସ୍ଥାନୀୟ ବିଜ୍ବେହେରା ଅଞ୍ଚଳରେ କାନ୍ଦିପୋରାରେ ହୋଇଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି ।
ସେଠାରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ନିରାପତ୍ତା ବଳର କର୍ମଚାରୀମାନେ ପାଲଟା ଗୁଳି ଚଳାଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଗୁଳି ବିନିମୟ ଚାଲିଥିଲା।ଏହାପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିବା କାଶ୍ମୀର ଜୋନ୍ ପୋଲିସ ଆଇଜି ବିଗୟ କୁମାରଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଛି ।