ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନ୍ କରୋନାର ପ୍ରଥମ ଡୋଜ ନେଇଛନ୍ତି । ଏନେଇ ମୋଦୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ମୋଦୀଙ୍କ ମା ହୀରାବେନ୍ କେଉଁ ଟିକା ନେଇଛନ୍ତି ସେ ବିଷୟରେ ମୋଦୀ କୈାଣସି ସୂଚନା ପ୍ରଦାନ କରିନାହାନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ମୋ ମା କରୋନା ଟିକା ନେଇଥିବାରୁ ମୁଁ ବେଶ୍ ଖୁସି ଅଛି । ଏହାସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କୁ କରୋନା ଟିକା ନେବା ଆଇଁ ଆହ୍ୱାନ ମଧ୍ୟ ଦେଇଛନ୍ତି । ହୀରବେନକୁ ପାଖାପାଖି ୧୦୦ ବର୍ଷ ବୟସ ହେବ । କିନ୍ତୁ ଏ ବୟସରେ ସେ ସମ୍ପୂର୍ଣ୍ଣ ସୁସ୍ଥ ରହିବା ସହ ସବୁ କାମ ଅତି ସହଜରେ କରି ପାରୁଛନ୍ତି ।