କଟକ (ଏଟିଆର ବ୍ୟୁରୋ); ପ୍ରେମ ହେଉଛି ଶାସ୍ୱତ ଏବଂ ସୁନ୍ଦର । ଯଦି ଏହି ପ୍ରେମ ଉଭୟ ପୁଅ ଏବଂ ଝିଅଙ୍କ ପକ୍ଷରୁ ଥାଏ ତେବେ ସେହି ପ୍ରେମ ସଫଳ ହୋଇଥାଏ । କିନ୍ତୁ ଯେଉଁଠି ଏକତରଫା ପ୍ରେମ ଗଢ଼ି ଉଠିଥାଏ ସେଠାରେ ବହୁତ ଭୟଙ୍କର ହୋଇଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ଜିଲ୍ଲାରେ । ଜଣେ ବିବାହିତ ପୁରଷ ହୋଇ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ମାତ୍ର ଯୁବତୀ ଜଣକ ଏହାକୁ ଅସ୍ୱିକାର କରିବାରୁ ଯୁବକ ଜଣକ ବ୍ଳେଡ ଏବଂ କାଚରେ ଆକ୍ରମଣ କରିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଥାନୀୟ ଲୋକ ଯୁବକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ କଟକ ବାଦାମବାଡି ଥାନା ଅନ୍ତର୍ଗତ ବଜ୍ରକବାଟି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ମଙ୍ଗଳାବାଗ ବଢ଼େଇ ସାହିର ବିବାହିତ ଶୋଭିତ ମହାରଣା (୩୫) ଥୋରିଆ ସାହିର ବନ୍ଦିତା ସାମଲ (୨୩)ଙ୍କୁ ଏକତରଫା ପ୍ରେମ କରୁଥିବା ଶୁଣିବାକୁ ମିଳିଛି । ବନ୍ଦିତା ସ୍ଥାନୀୟ ଏକ ଲୁଗା ଦୋକାନରେ ସେଲ୍ସଗାର୍ଲ ଭାବରେ କାମ କରୁଥିଲେ । ଶୋଭିତ ପୂର୍ବରୁ ବହୁବାର ବନ୍ଦିତାଙ୍କ ପ୍ରେମ ନିବେଦନ କରିଛି । କିନ୍ତୁ ବନ୍ଦିତା ଏହାକୁ ଅସ୍ୱିକାର କରିଛନ୍ତି । ତେବେ ଗତକାଲି ସଂନ୍ଧ୍ୟାରେ ଦେକାନରେ ପହଁଞ୍ଚି ପୁଣିଥରେ ପ୍ରେମ ନିବେଦନ କରିଥିଲା ଶୋଭିତ ।
ବନ୍ଦିତା ଶୋଭିତକୁ ମନା କରିଦେବାରୁ ତା ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଏଣୁ ସେ ନେଇଥିବା ଏକ ବ୍ଳେଡରେ ବନ୍ଦିତାଙ୍କ ତଣ୍ଟିକୁ କାଟିଦେଇଥିଲା । ଫେରାର ହୋଇ ଯାଉଥିବା ବେଳେ ଉପସ୍ଥିତ ଥିବା ଲୋକ ତାକୁ ଧରି ନିର୍ଦ୍ଧୁମ ମାଡ ମାରିଥିଲେ । ଏବଂ ପରେ ପୋଲିସ ଜିମା ଦେଇଥିଲେ । ପୋଲିସ ଶୋଭିତକୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ବନ୍ଦିତାଙ୍କ ବେକରେ ଗଭୀର କ୍ଷତ ହୋଇଛି । ସେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଉତ୍ତେଜନା ଦେଖା ଦେଇଛି ।