ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ୨୪ ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ସୂଚନା ଅନୁସାରେ ଓଡିଶା ସଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୪ ଟି ଜିଲ୍ଲାରେ ବର୍ଷା ହେବା ଆଶଙ୍କା ରହିଛି ।
ଏହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ରହିଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା ଓ ନୟାଗଡ଼ ଜିଲ୍ଲା ।
ଆସନ୍ତା କାଲି ପର୍ଯ୍ୟନ୍ତ ଏର୍ହି ସବୁ ଜିଲ୍ଲା ମାନଙ୍କରେ ପାଗ ମେଘୁଆ ରହିବ । ସୂଚନାଯୋଗ୍ୟ ଚଳିତ ଥର ବିଳମ୍ବରେ ରାଜ୍ୟରେ ମୌସୁମୀ ବାୟୁ ପ୍ରଭାହିତ ହୋଇଥିଲେ ମଧ୍ୟ ବର୍ଷା ଆବଶ୍ୟକ ଠାରୁ ଅଧିକ ହୋଇଛି । ମୌସୁମୀ ଋତୁ ସରିଥିଲେ ମଧ୍ୟ ବର୍ଷା ଏବେ ବି ରାଜ୍ୟରେ ଲାଗି ରହିଛି ।