ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଅଦିନିଆ ବର୍ଷା ଲାଗି ରହିଛି ଯାହା ଫଳରେ ଏବେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । କାରଣ ଉପକୂଳ ଓଡିଶାର ଅନେକ ଜିଲ୍ଲାରେ ଏବେ ବି ଧାନ ବିଲରେ ରହିଛି । ଯଦି ଏହିଭଳି ବର୍ଷା ଲାଗି ରହିବ ତେବେ ଧାନ ଗଛ ଗୁଡିକ ମାଟିରେ ପଡି ଗଜା ହୋଇଯିବାର ଆଶଙ୍କା କରାଯାଉଛି ।
ଓଡିଶା ଉପରେୁ ସୃଷ୍ଟି ହୋଇଥିବା ଟ୍ରପ ଲାଇନ ଯୋଗୁ ପାଗ ମେଘୁଆ ରହିବା ସହିତ ବର୍ଷା ଜାରି ରହିଛି । ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବର୍ଷା ଲାଗି ରହିଛି । ଜଗତସିଂହପୁର ସାଁପୁର , ତରଡାପଡା, ଜିରା ରାଢଙ୍ଗରେ ବର୍ଷା ଜଳରେ ଧାନ ଗଛ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଯଦି ଏହି ବର୍ଷା ଏମିତି ଲାଗି ରହିବ ତେବେ ଚାଷୀଙ୍କର ବର୍ଷକର ଅମଳ ମାଟିରେ ମିଶିଯିବ ।