ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ଦଶହରାକୁ ଧୋଇ ନେଇପାରେ ବର୍ଷା । ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେବା ଅନୁମାନ କରୁଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜିଠାରୁ ୮ ତାରିଖ ଯାଏ ବର୍ଷା ହୋଇପାରେ । ଆଜି ୩ ଟି ଜିଲ୍ଲାରେ ଘଡଘଡି ସହିତ ବର୍ଷା ହେବା ଆଶଙ୍କା ରହିଥିବା ବେଳେ ଆସନ୍ତାକାଲି ଅଧିକ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣପାଗ ବିଭାଗ ।
ଆଜି ମୟୁରଭଞ୍ଜ , ପୁରୀ , ଭଦ୍ରକ ଜିଲ୍ଲାରେ ବର୍ଷା ହୋଇପାରେ । ସୂଚନାଯୋଗ୍ୟ ମୟୁରଭଞ୍ଜ, ବାଲେଶ୍ୱର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରପଡା, ଜଗତସିଂହପୁର, ଯାଜପୁର, ପୁରୀ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାକୁ ଦଶହରା ବେଳେ ବର୍ଷା ହୋଇପାରେ । ଜୁନ ୧ ଠାରୁ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ରାଜ୍ୟରେ ୯.୯ପ୍ରତିଶତ ଅଧିକ ବର୍ଷା ହୋଇଛି । ଅନ୍ୟପଟେ ହୀରାକୁଦର ଉପର ମୁଣ୍ଡରେ ମଧ୍ୟ ବର୍ଷାର ପରିମାଣ କମିଛି ।