ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଜାରି ରହିଛି କରୋନାର ତୃତୀୟ ଲହର । କିନ୍ତୁ ଏବେ ସଂକ୍ରମଣ ହାର ହ୍ରାସ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଯାହା ଚିନ୍ତାର ବିଷୟ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ରାଜ୍ୟରେ ଏଇ ନିକଟରେ ପିକ୍ ଅତିକ୍ରମ କରିଥିବା ହେତୁ ମୃତ୍ୟୁ ହାର ଅଧିକ ରହୁଛି କିନ୍ତୁ ପିକ୍ ସମୟ ଶେଷ ହେବା ପରେ ମୃତ୍ୟୁ ହାର କମିବା ପାଇଁ ୬ ରୁ ୭ ସପ୍ତାହ ଲାଗିବ । ମୃତ୍ୟୁ ହାର ଆଉ କିଛିଦିନ ଏହିଭଳି ରହିବ । ସେପଟେ ଅନେକ ରୋଗୀ ଭେଣ୍ଟିଲେଟରରେ ମଧ୍ୟ ଅଛନ୍ତି ।
କରୋନାର ନୂତନ ଭ୍ୟାରିଆଣ୍ଟ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଥିବା ବେଳେ ଯେପର୍ଯ୍ୟନ୍ତ ନୂତନ ଗାଇଡଲାଇନ ଅସିନି ସେପର୍ଯ୍ୟନ୍ତ ନୂତନ ଭ୍ୟାଟିଆଣ୍ଟକୁ ନେଇ କିଛି କହି ହେବନି ବୋଲି ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ।