ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ବିଧାନସଭାରେ ଏଏନଏମଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିବୃତି ରଖିଛନ୍ତି । ରାଜ୍ୟରେ ୧୦୯୯ ଏଏନଏମ ପଦ ଖାଲିଥିବା ବେଳେ ଏବେ ଏହି ପଦରେ ନିଯୁକ୍ତି ଦିଆଯିବ । ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦିଆଯିବ । ମୁଖ୍ୟତଃ କୋଭିଡ ସମୟରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ସୁଯୋଗ ଦିଆଯିବ । କୋଭିଡ ସମୟରେ ସର୍ତ୍ତ ମୂଳକ ଭାବେ ଏଏନଏମ ଙ୍କୁ ନିଯୁକ୍ତି ଦିଆଯାଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ସେହିପରି ମଣ୍ଡିରେ ଦୀର୍ଘ ଦିନ ହେବ ଧାନ ପଡି ରହିଥିବାରୁ ତୁରନ୍ତୁ ଏହାକୁ ମଣ୍ଡିରୁ ଉଠାଇବା ଲାଗି ସରକାରଙ୍କ ନିକଟରେ ବିରୋଧୀ ଦଳର ବିଧାୟକ ସୁବାଷ ପାଣିଗ୍ରାହୀ ଦାବି କରିଛନ୍ତି ।