ଭୁବନେଶ୍ୱର (ଏଟିଆର ବ୍ୟୁରୋ): ତତଲା କଡେଇରେ ଭାଜି ହେଉଛି ରାଜ୍ୟ । ସକାଳୁ ଆରମ୍ଭ ହେଇଯାଉଛି ଅସମ୍ଭାଳ ଖରା । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଅଂଶୁଘାତ ଆଶଙ୍କା ବୃଦ୍ଧି ହୋଇଛି । ସେହିପରି ଅଂଶୁଘାତକୁ ମୁକାବିଲା କରିବା ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ପ୍ରଚଣ୍ଡ ଖରା ଯୋଗୁଁ ଦିନ ୧୧ଟାରୁ ସାଢେ ୩ ଟା ଯାଏଁ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି । ଏପ୍ରିଲ ରୁ ଜୁନ୍ ୧୫ ଯାଏଁ ସମସ୍ତ ଶ୍ରମିକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଛି । ସମସ୍ତ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅଂଶୁଘାତର ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟାଏ ଲେଖାଏଁ ବେଡ୍ ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହ ସେଠାରେ ଏସି ଓ କୁଲରର ବ୍ୟବସ୍ଥା ସାଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ପାଣି ଓ ଓଆରଏସ ମହଜୁଦ୍ ରଖାଯିବ । ଏହାସହିତ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ସମସ୍ତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ।