କନ୍ଧମାଳ (ଏଟିଆର ବ୍ୟୁରୋ): ଜାରି ରହିଛି ଶୀତ ଲହରୀ । ପ୍ରବଳ ଜାଡରେ ଥରୁଛି ଓଡିଶା । ଏହାସାଙ୍ଗକୁ ଘନ କୁହୁଡିର ଆସ୍ତର ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ଘରୁ ବାହାରିବା ଗୋଟେପ୍ରକାର ମୁସକିଲ୍ ହୋଇପଡିଛି । ଏହାସହିତ ଫୁଲବାଣୀ ଏବଂ ଦାରିଙ୍ଗବାଡିର ତାପାମାତ୍ରା ସର୍ବନିମ୍ନ ରହିଛି । ଫୁଲବାଣୀର ତାପମାତ୍ରା ୪.୫ ଡିଗ୍ରୀ ଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା ୪ ଡିଗ୍ରୀ ରହିଛି ।
ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଲୋକଙ୍କୁ ବାଇଆ କରି ରଖିଛି । ଚାରିଆଡେ ଖାଲି ଅନ୍ଧକାର । ଏହାସହିତ ତୁଷାରପାତର ଭ୍ରମ । ଏହି ଶୀତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଲୋକେ ଠା ଠାରେ ନିଆଁ ଲଗାଇ ବସିବାରେ ଦେଖିବାକୁ ମିଳୁଛି ।