ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ସାରା ରାଜ୍ୟକୁ ଘନ କୁହୁଡି ଆଚ୍ଛାଦିତ କରି ରଖୁଛି । ବିଶେଷ କରି ଉପକୂଳ ଓଡିଶାରେ ସକାଳ ୯ ଟା ପର୍ଯ୍ୟନ୍ତ ରାସ୍ତା ଘାଟରେ ଗାଡି ଚଳାଇବା ବଧ୍ୟ କଷ୍ଟକର ହୋଇ ପଡୁଛି । ସେହିଭଳି ସକାଳ ବେଳା ରାଜଧାନୀ ଭୁବନେଶ୍ୱରକୁ ମଧ୍ୟ ଘନ କୁହୁଡି ଆଚ୍ଛାଦିତ କରି ରଖୁଛି । ଏଥିପାଇଁ ଗାଡିଚଳା ଚଳ ଟ୍ରେନ ଚଳାଚଳ ସମେତ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଆଜି ସକାଳେ ୯ ଟା ସୁଦ୍ଧା ୧୦୦ ମିଟର ମଧ୍ୟ ଠିକ ଦେଖା ଯାଉନଥିଲା ।
ଯାହାଫଳରେ ବିମାନ ଅବତରଣ ଓ ଉଡାଣ ବିଳମ୍ବ ହୋଇଛି । ଆଜି ୩୭ ଟି ବିମାନ ବିଳମ୍ବରେ ଅବତରଣ ଓ ଉଡାଣ ଭରିଛି । ଆଜି ୧୮ ଟି ବିମାନ ଉଡାଣ ଭରିଥିବା ବେଳେ ୧୯ ଟି ବିମାନ ଅବତରଣ କରିଛି । ବିମାନ ଗୁଡିକ ପାଖାପାଖି ଘଣ୍ଟାଏରୁ ଦେଢ ଘଣ୍ଟା ବିଳମ୍ବରେ ଉଡାଣ ଓ ଅବତରଣ କରିଛନ୍ତି । ଅନ୍ୟପଟେ ଆଜି ଘନ କୁହୂଡି ହେତୁ କଟକର ନିର୍ଗୁଣ୍ଡି ଠାରେ ମୁମ୍ବାଇ ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି । ଏଥିରେ ୧୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।