ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ତିତଲିର ସଙ୍କଟ ଟଳିଗଲା ପରେ ଏବେ ଚିନ୍ତା ବଢାଇଛି ବର୍ଷା । ଗତ ୨୪ ଘଣ୍ଟା ହେଲାଣି ସାରା ରାଜ୍ୟରେ ବର୍ଷା ବିତ୍ପାତ ଚଳାଇଛି । ଲୋକଙ୍କ ମନରେ ନାହିଁ ନଥିବା ଭୟ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ସାରା ରାଜ୍ୟରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେତେକ ଜିଲ୍ଲାରେ ବନ୍ୟା ଅତି ଭୟଙ୍କର ରୂପ ଧାରଣ କଲାଣି । ଏପରି ପରିସ୍ଥିତିରେ ବର୍ଷା କମିବାର ନାଁ ନେଉନାହିଁ । ଆହୁରି ୨୪ ଘଣ୍ଟା ସାରା ରାଜ୍ୟରେ ବର୍ଷା ଲାଗିରହିବ ବୋଲି କହିଛି ଭୁବନେଶ୍ୱର ପାଣିପାଗ ବିଭାଗ ।
ଗତକାଲି ରାତିରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇସାରିଛି । ବର୍ଷାର ପ୍ରଭାବରୁ ଅନେକ ସ୍ଥାନ ଜଳବନ୍ଦୀ ଅବସ୍ତାରେ ଅଛି । ସେପଟେ ସ୍ଥିତି ଅସାମାନ୍ୟ ଥିବାରୁ ଆଜି ଅନେକ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି , ଝଡ ଓ ପବନ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର,ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଦେବଗଡ଼ରେ ବର୍ଷା ହେବା ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଅନ୍ୟପଟେ ବତ୍ୟା ତିତଲି ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ଏବେ ଏହା ଅନୁଗୋଳ ଓ କନ୍ଦମାଳ ଜିଲ୍ଲା ନିକଟରେ ରହିଛି । ଏହାର ପ୍ରଭାବରେ ଉତ୍ତର ଓ ଆଭ୍ୟନ୍ତରିଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ତେବେ ଆସନ୍ତା କାଲି ବର୍ଷାର ପରିମାଣ କମିବ ବୋଲି କହିଛି ପାଣିପାଗ ବିଭାଗ ।