କଟକ(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ ମହାମାରୀ କରୋନାର ମୁକାବିଲା କରିବାରେ ଲାଗିପଡିଛି । ମୋଟ ୧୬୭ ଦେଶକୁ ଏହି ଭାଇରସ ବ୍ୟାପି ସାରିଲାଣି । ଏହି ଭାରଇରସରେ ୭ ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିସାରିଲେଣି । ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ଥିବା ବେଲେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ କରୋନା ଭୟରେ ହାଇକୋର୍ଟ ବାର୍ ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଆସନ୍ତା ମାର୍ଚ୍ଚ ୨୮ ତାରିଖରେ ହାଇକୋର୍ଟ ବାର୍ ନିର୍ବାଚନ ଅନୁଷ୍ଠିତ ହୋଇଥାନ୍ତା । ଏହା ସହ ରାଜ୍ୟର ସମସ୍ତ ବାର୍ ରେ ନିର୍ବାଚନ ହୋଇଥାନ୍ତା । ହେଲେ ଚାରିଆଡେ କରୋନା ଭାଇରସ ବ୍ୟାୁ ଥିବାରୁ ଏହି ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି ।
ଏହି ନିର୍ବାଚନ ଏପ୍ରିଲ ୨୫ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ବାର୍କୁ ଏନେଇ ଅବଗତ କରାଯାଇଛି। ମାର୍ଚ୍ଚ ୨୮ ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ବିଭିନ୍ନ ବାର୍ରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବିଭିନ୍ନ ବାର୍ରେ ପ୍ରାର୍ଥତ୍ପତ୍ର ଦାଖଲ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ମଧ୍ୟ ସରିଥିଲା। ଆଡଭୋକେଟ୍ ଜେନେରାଲ ତଥା ଆଇନଜୀବୀ ପରିଷଦର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଅଶୋକ ପରିଜା, ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଏବଂ ଅଜୟ କୁମାର ବରାଳ ଏପ୍ରିଲ ୨୫ତାରିଖରେ ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।