ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆମ ଦୈନଦିନ ଜୀବନରେ ସକାଳୁ ଉଠିବାରୁ ରାତି ହେଲା ପର୍ଯ୍ୟନ୍ତ ଆମକୁ କ୍ଷୀର ଦରକାର ପଡିଥାଏ । ସାକାଳ ଚା ରୁ ଆରମ୍ଭ ହୋଇ ରାତିରେ ରୁଟି ପର୍ଯ୍ୟନ୍ତ ଆମକୁ କ୍ଷୀର ଦରକାର ହୋଇଥାଏ । ତେବେ ଆମେ କଣିଣୁ ଥିବା ଓମଫୋଡ କ୍ଷୀରର ମୂଲ୍ୟ ପୂର୍ବରୁ ଲିଟର ପିଛା ୪୦ ଟଙ୍କା ଥିଲା । ହେଲେ ଆଜି ଠାରୁ ଓମଫୋଡ କ୍ଷୀରର ମୂଲ୍ୟ ଲିଟର ପିଛା ୪୦ ଟଙ୍କା ବଦଳରେ ୪୪ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ମଧ୍ୟମ ଶ୍ରେଣୀର ଲୋକ ମାନଙ୍କୁ ସାମନ୍ୟ ଅସୁବିଧା ହେବ ।
ଏହି କ୍ଷୀରର ମୂଲ୍ୟ ବୃଦ୍ଧି ଦ୍ୱାରା ରାଜ୍ୟର ପାଖାପାଖି ୩ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ମାନେ ଉପକୃତ ହେବେ । ଦୁଗ୍ଧ ଚାଷୀ ମାନେ ଲିଟର ପିଛା ୩ଟଙ୍କା ଅଧିକ ପାଇବେ । ଏହି ଦରବୃଦ୍ଧିକୁ ରାଜ୍ୟ ଦୁଗ୍ଧ ଚାଷୀ ମାନେ ସ୍ୱାଗତ ଜଣାଇଛନ୍ତି । ଓଫୋଡେ ପାଖରେ ଥିବା ଗଚ୍ଛିତ ପକେଟରେ ବର୍ତ୍ତମାନ କ୍ଷୀର ଦିଆଯିବ । ଯେଉଁ ଥିରେ କ୍ଷୀର ଲିଟର ପିଛା ୪୦ଟଙ୍କା ଲୋଖା ଯାଇଥିବ । ଏଣୁ ଓଫୋଡ ପକ୍ଷରୁ ଏହାକୁ ୪୪ଟଙ୍କା ଦେଇ କିଣିବାକୁ ଅନୁରୋଧ କରାଯାଇଛି ।