ମୁମ୍ବାଇ (ଏଟିଆର ବ୍ୟୁରୋ): ଅକ୍ଷୟ କୁମାରଙ୍କ ମଲ୍ଟିଷ୍ଟାରର ଫିଲ୍ମ ‘ହାଉସଫୁଲ ୪’ ର ଟ୍ରେଲର ଲଞ୍ଚ ହୋଇଛି । ଫିଲ୍ମର ଟ୍ରେଲର ଟିରେ ଭରପୁର କମେଡି ଭରିହୋଇଛି । ଏହାସହିତ ଏଥିରେ ସମସ୍ତ କଳାକାରଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି ।
ସୋସିଆଲ ମିଡିଆରେ ଅକ୍ଷୟ କୁମାର ଏହି ଟ୍ରେଲରକୁ ସେୟାର କରି ଲେଖିଛନ୍ତି, କିଏ କାହାର ପତ୍ନୀ ହେବ ଏବଂ କାହା ଭାଉଜ କାହାର ପତ୍ନୀ ହେବ । ଏକ ମନୋରଞ୍ଜନ କାହାଣୀ ନେଇ ଆସୁଛି ହାଉସଫୁଲ ୪ଟ୍ରେଲର ।
Kaun hogi kiski patni, aur kiski bhabhi hogi kiski Biwi! Ek entertaining kahaani laa raha #Housefull4Trailer 🍿https://t.co/tRgD8NkBbv#SajidNadiadwala @Riteishd @thedeol @kritisanon @hegdepooja @kriti_official @farhad_samji @WardaNadiadwala @foxstarhindi @NGEMovies @sudeepdop
— Akshay Kumar (@akshaykumar) September 27, 2019
ଟ୍ରେଲରରେ ଦୁଇଟି ପିଢୀ ମାନେ ୨୦୧୯ ଏବଂ ୧୪୧୯ ର କାହାଣୀକୁ ଦର୍ଶାଯାଇଛି । ଏହି ଟ୍ରେଲରରେ ଅକ୍ଷୟ କୁମାର,ରିତେଶ ଦେଶମୁଖ, ବବି ଦେୱଲ, କୃତି ସେନନ, କୃତି ଖରବନ୍ଦା ଏବଂ ପୂଜା ହେଗଡେ ଙ୍କ ପୁର୍ନଜନ୍ମ ଦେଖିବାକୁ ମିଳିଛି । ୬୦୦ ବର୍ଷ ପୂର୍ବରୁ ମାନେ ୧୪୧୯ ରେ ସମସ୍ତ କଳାକାର ମାନେ ରାଜା ମହାରାଜାଙ୍କ ଭଳି ଲୁକ୍ ରେ ନଜର ଆସୁଛନ୍ତି , ସେହିପରି ସମସ୍ତ କଳାକାରଙ୍କ ୨୦୧୯ ସମୟର ଲୁକ୍ ବି ଦେଖିବାକୁ ମିଳିଛି । ଟ୍ରେଲରରେ ନୱାଜୁଦ୍ଦିନ୍ ସିଦ୍ଦିକ୍ ଙ୍କ ଏକ ଝଲକ ଦେଖିବାକୁ ମିଳିଛି ଯେଉଁଥିରେ ସେ ଫନି ନଜର ଆସୁଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, କୃତି ସେନନ,କୃତି ଖରବନ୍ଦା, ପୂଜା ହେଗଡେ , ରାଣା ଦଗୁବତୀ, ବୋମନ ଇରାନୀ ଏବଂ ନୱାଜୁଦ୍ଦିନ୍ ସିଦ୍ଦିକିଙ୍କୁ ଅଭିନୟ କରୁଥିବାର ଦେଖିବାକୁ ମିଳିବ ।
ଏହି ଫିଲ୍ମଟି ହାଉସଫଲ ର ଚତୁର୍ଥ ଭାଗ । ଏହା ପୂର୍ବରୁ ଅନ୍ୟ ତିନୋଟି ଭାଗ ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇସାରିଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଫରହାଦ ସାମଜି ରହିଥିବା ବେଳେ ପ୍ରଯୋଜନ କରିଛନ୍ତି ସାଜିଦ ନାଡିୟାଡୱାଲା ।