ରାୟଗଡା (ଏଟିଆର ବ୍ୟୁରୋ); ଟ୍ରେନ ଟ୍ରାକରେ ଫାଟ । ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ । ଟ୍ରେନଟି ଜଗଦଲପୁର ଯାଉଥିବା ବେଳେ ରାୟଗଡା ଜିଲ୍ଲା ସିଙ୍ଗାପୁର ରୋଡ ଷ୍ଟେସନ ନିକଟରେ ଫାଟ ଜଣା ପଡିବା ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା ଟ୍ରେନ । ପରେ ଫାଟ ମରାମତି ହେବା ପରେ ପୁଣି ଟ୍ରେନଟି ଜଗଦଲପୁର ଅଭିମୁଖେ ଯାତ୍ରା କରିଛି । କିନ୍ତୁ ପ୍ରଥମେ ଧାରଣାରେ ଫାଟ ଥିବା ଜାଣିବା ପରେ ଭୟଭୀତ ହୋଇ ଯାଇଥିଲେ ଯାତ୍ରୀ ।
ମିଳିଥିବା ସୂଚନା ମୁତାବକ ହୀରାଖଣ୍ଡ ଏକ୍ସପ୍ରେସ ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ସମୟରେ ରାୟଗଡା ଜିଲ୍ଲା ସିଙ୍ଗାପୁର ରୋଡ ଷ୍ଟେସନ ନିକଟରେ ଫାଟଥିବା ଦେଖିଥିଲେ ସିଗନାଲ ମ୍ୟାନ । ଏହା ପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ । ପରେ ଷ୍ଟେସନ ମାଷ୍ଟର ଟ୍ରେନଟି ଅଟକାଇବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଟ୍ରେନ ଅଟକିବା ପରେ ମରାମତି କରାଯାଇ ପୁନର୍ବାର ଟ୍ରେନଟି ଯାତ୍ରା କରିଥିଲା । ଶୀତ ଏବଂ ଖରା ପ୍ରଭାବରୁ ଏଭଳି ଫାଟ ହୋଇଥିବା ସୂଚନା ଦେଇଛନ୍ତି ରେଳ ବିଭାଗ ଅଧିକାରୀ ।ୀ ।