ସମ୍ବଲପୁର (ଏଟିଆର ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ପୁଣି ଥରେ ହୀରାକୁଦ ଡ୍ୟାମର ୬ଟି ଗେଟ୍ ଖୋଲଯାଇଛି । ବାମ ପାଖରୁ ୪ ଟି ଗେଟ୍ ଖୋଲା ଯାଇଥିବା ବେଳେ ଡାହାଣ ପାଖରୁ ୨ଟି ଗେଟ୍ ଖୋଲାଯାଇଛି ।
ସୂଚନାଯୋଗ୍ୟ, ବର୍ଷା କମିଯାଇଥିବା ଯୋଗୁଁ ହୀରାକୁଦ ଡ୍ୟାମର ସମସ୍ତ ଗେଟ୍ ବନ୍ଦ କରାଯାଇଥିଲା । ହେଲେ ଉପର ମୁଣ୍ଡରେ ପୁଣି ବର୍ଷା ହେବା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ସେଥିପାଇଁ ଗେଟ୍ ଖୋଲିବାକୁ ନିଷ୍ପତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ ।