ସମ୍ବଲପୁର (ଏଟିଆର ବ୍ୟୁରୋ): ଉପରମୁଣ୍ଡରେ ଲଗାଣ ବର୍ଷା । ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସକାଳ ୬ଟା ସୁଦ୍ଧା ୬୧୪.୧୫ ଫୁଟରେ ପହଁଚିଛି ଜଳଭଣ୍ଡାରର ଜଳସ୍ତର ।
ପ୍ରତି ସେକେଣ୍ଡରେ ଡ୍ୟାମକୁ ୯୧୨୪୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୯,୫୮୨ ଘନଫୁଟ୍ ବନ୍ୟାଜଳ ।
ସେହିପରି ଜୁଲାଇ ୨୩ ଅର୍ଥାତ ଆସନ୍ତାକାଲି ଖୋଲିବ ହୀରାକୁଦ ଡ୍ୟାମ୍ ର ଗେଟ୍ । ନିଷ୍ମାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ । ସକାଳ ୯ଟାରେ ଡ୍ୟାମର ବାମ ପାଖର ୭ ନଂ ଗେଟ୍ ରୁ ବନ୍ୟା ଜଳ ନିଷ୍କାସିତ ହେବ ।