ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜିଠାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅତ୍ୟାବଶ୍ୟକ ଦୋକାନ ସମେତ ଅଣଅତ୍ୟାବଶ୍ୟକ ଦୋକାନ ମଧ୍ୟ ଖୋଲିବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ସର୍ତ୍ତ ମୂଳକ ଦୋକାନ ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଲକ ଡାଉନ ବେଳେ ଚାଲିଥିବା ବେଳେ କ୍ଷୁଦ୍ର ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ବଡ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ଏହା ଏକ ଖୁସୀ ଖବର ବୋଲି କୁହାଯାଇପାରେ । ତେବେ ଦିଆଯାଇଥିବା ସୂଚନା ଅନୁସାରେ ଖୋଲିବାକୁ ଥିବା ଦୋକାନ ଗୁଡିକ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ନିକଟରେ ପଞ୍ଜିକୃତ ହୋଇଥିବା ଦରକାର । ବିଶେଷ କରି ଗ୍ରାମାଞ୍ଚଳରେ ସମସ୍ତ ଅଣଅତ୍ୟାବଶ୍ୟକ ଦୋକାନ ଖୋଲିବ ।
ମାତ୍ର ସହରାଞ୍ଚଳରେ କେତେକ କ୍ଷେତ୍ରରେ କଟକଣା ବଳବତ୍ତର ରହିବ । ସେହିଭଳି ସ୍ଥାନୀୟ ସେଲୁନ ଓ ପାର୍ଲର ମଧ୍ୟ ଷକାଲାଯାଇ ପାରିବ । ମାତ୍ର ହଟସ୍ପଟ ଓ କଣ୍ଟେନମେଣ୍ଟ ଅଞ୍ଚଳରେ କୌଣସି ଦୋକାନ ଖୋଲିବ ନାହିଁ । ସେହିଭଳି ବଡବଡ ସପିଂମଲ , ବଡବଡ ମାର୍କେଟ , ମଲ୍ଟି ବ୍ରାଣ୍ଡ , ସିଙ୍ଗଲ ବ୍ରାଣ୍ଡ, ମଦ ଦେକାନ ଆଦି ପୂର୍ବଭଳି ବନ୍ଦ ରହିବ । ସେହିଭଳି ସଂପିଂମଲ, ସ୍ପୋଟସକ୍ଲବ, ଥିଏଟର, ଆଦି ମନ୍ଦ ରହିବ । ଖୋଲୁଥିବା ଦୋକାନ ଗୁଡିକରେ ୫୦ ପ୍ରତିଶତ କମ କର୍ମଚାରୀ କାମ କରିବେ । ସାମାଜିକ ଦୂରତା ରକ୍ଷା କରାଯିବଳ ଓ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ ବୋଲଇ କୁହାଯାଇଛି ।