କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଗୁରୁବାର ବିରୁପା ନଦୀରେ ଦୁଇ ଜଣ ସାଙ୍ଗ ଭାସି ଯାଇଥିଲେ । ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କର ମୃତ ଦେହ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି । ମୃତକ ହେଲେ ଦିବ୍ୟଜୋତି ପ୍ରଧାନ(ଲିପନ) । ଏନଡିଆରଏଫ ଟିମର ଅକ୍ରାନ୍ତ ପରିଶ୍ରମ ପରେ ମୃତ ଦେହକୁ ଉଦ୍ଧାର କରାଯାଇଛି । ଗାଁରେ ଶୋକର ଛାୟା ଖେଳିଯାଇଛି । ଲିପନ ବାପା ମାଙ୍କର ଗୋଟିଏ ପୁଅ । ପୂର୍ବରୁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଲିପନଙ୍କ ମୃତ୍ୟୁ ପରିବାରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । ଦିବ୍ୟଜୋତି ଗତ ୮ ତାରିଖରେ ମେଟ୍ରିକ ପରୀକ୍ଷା ଦେଇଥିଲେ ।
ସୂଚନା ଯୋଗ୍ୟ ଗତକାଲି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଛୋଟିଗ୍ରାମ ନିକଟ ବିରୁପା ନଇ ଘାଟରେ ବୁଡି ଯାଇଥିଲେ ଦୁଇ ସାଙ୍ଗ । ନିପନଙ୍କ ସଂପର୍କୀୟ ଅକ୍ଷୟଙ୍କ କହିବା ଅନୁସାରେ ଆଜି ସକାଳେ ୭/୮ ଜଣ ସାଙ୍ଗ ମିଶି କରାଟେ ଶିଖି ସାରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଗାଧଉଥିବା ବେଳେ କୁଆେଡ଼ ପ୍ରଥମେ ନିପନ ବୁଡ଼ି ଯାଇଥିଲେ। ନିପନ୍ ବୁଡ଼ି ଯାଉଥିବା ଦେଖି ଆକାଶ ତୁରନ୍ତ ପାଣିକୁ ଡେଇଁ ଉଦ୍ଧାର କରିବାକୁ ପହଁରା ଆରମ୍ଭ କରିଥିଲେ। କିନ୍ତୁ ନଦୀର ଆଡ଼ି ବନ୍ଧ ପାର୍ଶ୍ବ ୩୫ ଫୁଟ ଗଭୀର ପାଣିରେ ଦୁହେଁ ହଜି ଯାଇଥିଲେ।
କିଛି ଦୂରରେ ଚାଲିଥିବା ବ୍ରିଜ୍ କାମର ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଗ୍ରାମବାସୀ ପହଁଚି ଯାଇଥିଲେ ହେଁ ଉଭୟଙ୍କର କୌଣସି ପତ୍ତା ମିଳି ନଥିଲା। ଏ ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଦାଶରଥୀ ଶତପଥୀ ତୁରନ୍ତ ମାର୍ଶାଘାଇରେ ଥିବା ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ପଠାଇ ଥିଲେ। ଡେରାବିଶ ଅତିରିକ୍ତ ତହସିଲଦାର ସମ୍ବିତ ଶତପଥୀ ଘଟଣା ସ୍ଥଳରେ ପହଁଚିବା ପରେ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିଲା।ଆଜି ସକାଳେ ଏନଡିଆରଏଫ ଟିମ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମିଳିତ ଉଦ୍ୟମ ପରେ ଲିପନଙ୍କ ମୃତ ଦେହ ଉଦ୍ଧାର ହୋଇଛି