ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୧ ତାରିଖରୁ ଆରମ୍ଭ ହେବ ମାଘମେଳା । ଏହି ଅବସରରେ ବିଭିନ୍ନ ଯାତ୍ରା କମିଟି ମାନଙ୍କ ପକ୍ଷରୁ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ୫ ତାରିଖରୁ ଆରମ୍ଭ ହେବ ଯାତ୍ରା ମହାକୁମ୍ଭ ।
ଫେବୃଆରି ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଯାତ୍ରାଦଳ ସେମାନଙ୍କ ଲୋକପ୍ରିୟ ନାଟକ ପରିବେଶଷଣ କରିବେ । ତେବେ ଚଳିତ ବର୍ଷ ମଞ୍ଚରେ କିଭଳି ଅଶ୍ଲୀଳ ଡ୍ୟାନ୍ସ ନହେବ ସେଥିପାଇଁ ବିଏମସି ପକ୍ଷରୁ ଆୟୋଜକଙ୍କୁ ଚେତାବନୀ ଦିଆଯାଇଛି ।