ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶ ଏବେ ମହଙ୍ଗା ମାଡକୁ ନେଇ ସମସ୍ୟାରେ । ଏହି ସମୟରେ ଜଣେ ସାଧାରଣ ମଣିଷ କିଭଳି ଟଙ୍କା ସଞ୍ଚୟ କରିବ ତାକୁ ନେଇ ଚିନ୍ତାରେ । ତେବେ ଏହି ବିଷୟକୁ ନେଇ ଆମେ ଏବେ ଏମିତି ସୂଚନା ଦେବୁ ଯାହା ଆପଣଙ୍କ ଏହି ଚିନ୍ତାକୁ କିଛି ମାତ୍ରାରେ ଦୂର କରି ପାରିବ । ତେବେ ଜାଣନ୍ତୁ ପୋଷ୍ଟ ଅଫିସର ଏହି ୩ ଯୋଜନା ବିଷୟରେ ଯାହା ଆପଣଙ୍କ ସଞ୍ଚୟକୁ ଦ୍ୱିଗୁଣିତ କରିବ ।
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତା
ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଖାତାରେ ଜମା କରିବା ଦ୍ୱାରା ଆପଣଙ୍କୁ ବହୁତ ଫାଇଦା ମିଳିବ । ଏହି ଖାତାରେ ଆପଣ ବର୍ଷକୁ ଅତି କମରେ ୫୦୦ ଟଙ୍କା ଜମା କରିବାକୁ ପଡିବ । ସେହିଭଳି ବର୍ଷକ ଭିତରେ ଦେଢ ଲକ୍ଷ ଟଙ୍କାରୁ ଅଧିକ ଜମା କରି ପାରିବେ ନାହିଁ । ଏଥିରେ ଆପଣଙ୍କୁ ବର୍ଷକୁ ଆଠ ପ୍ରତିଶତ ହିସାବରେ ସୁଧ ମିଳିବ । ଏହି ଖାତା ଅନୁନ୍ୟ ୧୦୦ ଟଙ୍କା ଦେଇ ଆପଣ ଖୋଲି ପାରିବେ । ଏହି ଖାତାରେ ଟଙ୍କା ରଖିଲେ ଇନକମ ଟ୍ୟାକ୍ସ ଫ୍ରି ହୋଇଥାଏ ।
ସୁକନ୍ୟା ସମୃଦ୍ଧି ଖାତା
ଏହି ଖାତାରେ ମଧ୍ୟ ଟଙ୍କା ଜମା କରିବା ଦ୍ୱାରା ଆପଣଙ୍କୁ ବହୁତ ଫାଇଦା ମିଳିବ । ଏହି ଖାତାରେ ଆପଣ ବର୍ଷକୁ ଅତି କମରେ ୧୦୦୦ ଟଙ୍କା ଜମା କରିବାକୁ ପଡିବ । ସେହିଭଳି ବର୍ଷକ ଭିତରେ ଦେଢ ଲକ୍ଷ ଟଙ୍କାରୁ ଅଧିକ ଜମା କରି ପାରିବେ ନାହିଁ । ଏଥିରେ ଆପଣଙ୍କୁ ବର୍ଷକୁ ୮.୫ ପ୍ରତିଶତ ଠାରୁ ଅଧିକ ହିସାବରେ ସୁଧ ମିଳିବ । ଏହି ଖାତା ଅନୁନ୍ୟ ୧୦୦ ଟଙ୍କା ଦେଇ ଆପଣ ଖୋଲି ପାରିବେ । ଏହି ଖାତାରେ ଯଦି ଆପଣ କୌଣସି ବର୍ଷ ଖାତାରେ ଟଙ୍କା ରଖି ପାରୁ ନାହାନ୍ତି ତେବେ ଉକ୍ତ ଖାତା ରଦ୍ଦ ହୋଇଯିବ ।
ସିନିୟର ସିଟିଜେନ ସେଭିଙ୍ଗ ସ୍କିମ
ଏହି ଯୋଜନାରେ ଯଦି ଆପଣ ଟଙ୍କା ରଖିଲେ ଅଧିକ ଫାଇଦା ହୋଇଥାଏ । କିନ୍ତୁ ଏଥିରେ ଟଙ୍କା ରଖିବା ଗ୍ରାହକ ସିନିୟର ସିଟିଜେନ ହୋଇଥିବା ଦରକାର । ଏଥିରେ ଆପଣଙ୍କୁ ବର୍ଷକୁ ୮.୭ ପ୍ରତିଶତ ଠାରୁ ଅଧିକ ହିସାବରେ ସୁଧ ମିଳିବ । ଏଥିରେ ଜଣେ ଗ୍ରାହକ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖି ପାରିବେ ।