ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ମିଳିଲା ଜାମିନ । ଆଜି ହାଇକୋର୍ଟ ବିଜୟ କେତନଙ୍କର ଜାମିନକୁ ମଞ୍ଜୁର ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି । ସୂଚନାନୁଯାୟୀ ଗତ କିଛି ଦିନ ତଳେ ବିଜୟ କେତନଙ୍କ ନାମରେ ଲାଞ୍ଚ ନେବାର ଅଭିଯୋଗ ଆସିଥିଲା । ବିଜୟ କେତନ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ । କୃଷି ନିର୍ଦ୍ଦେଶକ ଥିବା ବେଳେ ଲକ୍ଷେ ଟଙ୍କା ଲାଞ୍ଚ ନେବା ମାମଲା ସମ୍ନାକୁ ଆସିଥିଲା ।
ଉଦ୍ୟାନ ବିଭାଗର ୫୦ ଲକ୍ଷ ଟଙ୍କାର ବିଲ ପାସ କରାଇବା ପାଇଁ ପ୍ଲାଷ୍ଟୋକେମ୍ ପ୍ରାଇଭେଟ ଲିମିଟେଡର ଅଧିକୃତ ପ୍ରତିନିଧୀଙ୍କଠାରୁ ବିଜୟ କେତନ ଏକ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ଆସିଥିଲା । ତେବେ ଭିଜିଲାନ୍ସ ଟ୍ରାପ କରି ବିଜୟ କେତନଙ୍କୁ ଗିରଫ କରାଯାଇଥିଲା । ଭିଜିଲାନ୍ସ ଗିରଫ କରିବା ପରେ ବିଜୟଙ୍କୁ ୬ଦିନର ରିମାଣ୍ଡରେ ନେଇଥିଲା । ତେବେ ରିମାଣ୍ଡ ଶେଷ ହେବା ପରେ ବିଜୟଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ତେବେ ଆଜି ଆଇଏଏସ ବିଜୟ କେତନଙ୍କୁ ହାଇକୋର୍ଟ ଜାମିନ ମଞ୍ଜର କରିଛି ।