ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବଦଳିଲେ ଭୁବନେଶ୍ୱର ମହାନଗର ନିଗର ନିଗମ (ବିଏମସି) ର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାର ସିଂ ହୋଇଛନ୍ତି ବିଏମସିର ନୂତନ କମିଶନର । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗର ସଚିବ ଥିଲେ ସଞ୍ଜୟ କୁମାର ସିଂ । ତାଙ୍କୁ ବିଏମସି ଦାୟିତ୍ୱ ମିଳିବା ପରେ ଏବେ ସେ ବିଏମସି ସମେତ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଭାର ମଧ୍ୟ ତୁଲାଇବେ । ଏହି ସମସ୍ତ ଭାର ତୁଲାଉଥିଲେ ପ୍ରେମଚନ୍ଦ୍ର ଚୌଧୁରୀ ।
ସେହିପରି ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ ଡ୍ୟୁଟି ଭାବରେ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସଚିବ ବିଷ୍ଣୁପଦ ସେଠୀ । ପୁର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କୁ ଇଡକଲ ସିଏମଡି ଦାୟିତ୍ୱ ଦିଆଯାଇଥିବା ବେଳେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି ବୈଷୟିକ ଶିକ୍ଷା ଆତିରିକ୍ତ ଦାୟିତ୍ୱ ।