ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଆମରି ଭୋଟରେ ହେଉଛ ରାଜା ଗାଦିରେ ବସିବା ପରେ ଦଉଛ ସଜା । ବିଜୁ ପୁଅ ଛି ଛି.. ନବୀନ ପଟ୍ଟନାୟକ ହାଏ ହାଏ । ନର୍ବାଚନ ବେଳେ ଦେଖିଦେବୁ ଏଭଳି ସ୍ଳେଗାନରେ ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀର ରାଜରାସ୍ତାରେ ଗର୍ଜୁଛନ୍ତି ଆଇ.ସି.ଟି ବିଦ୍ୟାଳୟ ସଂଯୋଜକ ସଂଘ ଓଡିଶା । ୫ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ବିଶାଳ ଗଣଧାରଣା ସହ ଆନ୍ଦୋଳନକୁ ତିବ୍ର କରିଛନ୍ତି ଶିକ୍ଷକ । ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ଭଳି ଅନେକ ଦାବୀ ନେଇ ଆରମ୍ଭ ହୋଇଛି । କେବଳ ସରକାର ନୁହେଁ ଏଥିରୁ ବାଦ ପଡିନାହାଁନ୍ତି ଶିକ୍ଷା ମନ୍ତ୍ରୀ । ବଦ୍ରିପାତ୍ରଙ୍କ ନାଁରେ ମଧ୍ୟ ନାରାବାଜି ଚାଲିଥିଲା ।
ସ୍ଥାନୀୟ ରେଲୱେ ଷ୍ଟେସନ ଠାରୁ ସଂଘ ପକ୍ଷରୁ ଏକ ବଡ ଶୋଭାଯାତ୍ରା ବାହାରିଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କମ୍ପୁଟର ଶିକ୍ଷକମାନେ ଯୋଗଦାନରେ ଆରମ୍ଭ ହୋଇଥିଲା । କୁଶପୁତ୍ତଳିକା ସହ କମ୍ପୂଟରକୁ ନେଇ ଆନ୍ଦୋଳନକୁ ବାହାରିଥିଲା ସଂଘ । ରାମନାମ ସତ୍ୟ ହେ କହି ହାତରେ ଖଇ କଉଡି ଧରି କମ୍ପୁଟରକୁ କୋକେଇରେ ଧରି ବାହାଥିଲା ଶୋଭାଯାତ୍ରା । ହଜାର ହଜାର କମ୍ପୁଟର ଶିକ୍ଷକଙ୍କ ସରକାର ବିରୋଧି ଆହ୍ୱାନରେ କମ୍ପିଉଠୁଥିଲା ଲୋୟର ପିଏମଜି ରାସ୍ତା । ଏମାନେ ସରକାରୀ କାମ କରୁଥିଲେ ମଧ୍ୟ ସରକାର ବେସରକାରୀ ଦରମା ଦେଉଛନ୍ତି । ଏଣୁ ୫ ଦଫା ଦବୀରେ ରାଜରାସ୍ତାରେ ଶିକ୍ଷକ ।
ଆନ୍ଦୋଳନ ଚାଲୁଥିବା ସମୟରେ ଜଣେ ବେହୋସ ହୋଇଥିବା ନଜରକୁ ଆସିଥିଲା । ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା । ସକାଳ ୧୧ଟାରୁ ଆନ୍ଦୋଳନ କରିଥିବାରୁ ଦେହରେ ବଳ ନଥିବାରୁ ବେହୋସ ହୋଇଥିବା ସୂଚନା ମିଳିଛି । ଦେହରେ ବଳ ନଥିଲେ ମଧ୍ୟ ଆନ୍ଦୋଳନକୁ ଜୋର କରିବା ପାଇଁ ବାହାରି ଆସିଛନ୍ତି ସଂଘ ।
ଋିପୋର୍ଟ ;ଗୁଣନିଧି ବେହେରା