ଭୁବନେଶ୍ୱର(ଏଟିଆର ବ୍ୟୁରୋ):କରୋନା ଟିକା ନେବା ପୂର୍ବରୁ ମେଡିକାଲ ରେଜିଷ୍ଟର ସାର୍ଟିଫିକେଟ ଯାଞ୍ଚ କରାଯାଉଛି । କୈାଣସି ପ୍ରକାର ଜାଲିଆତି ସାର୍ଟିଫିକେଟ ଦେଖାଇ ଟିକା ନେଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦ୍ୱିତୀୟ ଟିକାକରଣରେ ବୟସ୍କ ବ୍ୟକ୍ତି ଟିକା ନେଇଥିବା ବେଳେ ବହୁବିଧ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କ ପାଇଁ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି । କେବଳ ସାର୍ଟିଫିକେଟ ନୁହେଁ ଜାଲ୍ ମେଡିକାଲ ସାର୍ଟିଫିକେଟ ଇସ୍ୟୁ କରିଥିବା ଡାକ୍ତର ମଧ୍ୟ ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଡ଼ା ଚେତାବନୀ ଦେଇଛନ୍ତି।
ରାଜ୍ୟରେ ୬ ଲକ୍ଷ ୯୬ ହଜାର ୭୫୦ ଜଣଙ୍କୁ ଟିକା ଦିଆ ଗଲାଣି। ଗତକାଲି ସୁଦ୍ଧା ୬୦ ବର୍ଷରୁ ଅଧିକ ଓ ୪୫ ବର୍ଷରୁ ଅଧିକ ୫୮ ହଜାର ୧୪୯ ଜଣକୁ ଟୀକା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ଟି ଘରୋଇ ହସ୍ପିଟାଲରେ ଟିକାକରଣ କରାଯାଉଛି।