ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବେଳେ ବେଳେ ବିଭିନ୍ନ ସମୟରେ ଏଟିଏମରେ ଟଙ୍କା ନଥିବାର ଦେଖିବାକୁ ମିଳିଥାଏ । ଏଟିଏମରେ ଟଙ୍କା ନଥିବା ହେତୁ ଲୋକମାନଙ୍କୁ ହଇରାଣ ହେବାକୁ ପଡିଥାଏ । ଏହିଭଳି କିଛି ସମସ୍ୟାକୁ ଦୃଷ୍ଟିରେ ରଖି ଆରବିଆଇ ଏକ ବଡ ପଦକ୍ଷେପ ଘୋଷଣା କରିଛନ୍ତି । ଯଦି କୌଣସି ଏଟିଏମରେ ଟଙ୍କା ନଥିବ ତେବେ ଆରବିଆଇ ସେହି ବ୍ୟାଙ୍କ ଉପରେ ଜୋରିମାନା ଲାଗାଇବ । ଏହି ନିୟମ ଅକ୍ଟୋବର ୧ ତାରିଖରୁ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି ।
ଯଦି ଏଟିଏମରେ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଟଙ୍କା ନ ରୁହେ ତେବେ ଉକ୍ତ ବ୍ୟାଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଟଙ୍କା ଅଭାବର ସମସ୍ୟାକୁ ଦୁର କରିବା ପାଇଁ ଆରବିଆଇ ସମସ୍ତ ବ୍ୟାଙ୍କ ଓ ଏଟିଏମ ଅପରେଟରମାନଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ କହିଛି । ଏଟିଏମରେ କେତେ ପରିମାଣରେ ଟଙ୍କା ରହିଛି ଓ କେବେ ଟଙ୍କା ଖାଲି ହେବ ଏହି ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏହାର ସମାଧାନ କରିବା ପାଇଁ ପରାମର୍ଶ ଦିଆଯାଇଛି ।
ଏହା ଦ୍ୱାରା ସୁନିଶ୍ଚିତ କରାଯିବ ଯେ, ମେସିନରେ ଠିକ ସମୟରେ ଟଙ୍କା ଭର୍ତ୍ତି କରାଯାଉଛି,ଯାହାଦ୍ୱାରା ଲୋକମାନଙ୍କୁ କୌଣସି ଅସୁବିଧ।। ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆରବିଆଇ କହିଛି ଏହି ନିୟମ ଠିକ ଭାବେ ପାଳନ ନକଲେ ଗମ୍ଭୀରତାର ସହ ନିଆଯିବ ।