ଭୁବନେଶ୍ୱର(ଏଟଆର ବ୍ୟୁରୋ):ଏଣିକି ବାଇକ ପଛରେ ବସିବାକୁ ହେଲେ ହେଲମେଟ ପିନ୍ଧିବାକୁ ବାଧ୍ୟ ।ଗାଡ଼ି ଚାଳକ ଓ ତାଙ୍କ ସହଯୋଗୀ ଉଭୟ ହେଲମେଟ ନ ପିନ୍ଧିଲେ ରଦ୍ଧ ହେବ ଲାଇସେନ୍ସ । ଏହି ନୁଆ ନିୟମ କେତେ ବେଳେ ଭି ଲାଗୁ ହୋଇପାରେ । ଏ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ପୂର୍ବରୁ କେବଳ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା କିନ୍ତୁ ଦୁର୍ଘଟଣା ଅତ୍ୟଧିକ ମାତ୍ରାରେ ହେବାରୁ ଗାଡ଼ି ଚାଳକ ଓ ତାଙ୍କ ସହଯାତ୍ରୀଙ୍କୁ ହେଲମେଟ ପିନ୍ଧିବାକୁ ପଡ଼ିବ ।ତେବେ ଏହି ନୂଆ ନିୟମ ଯାତ୍ରୀମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି କୁହାଯାଇଛି ।
ସୁପ୍ରିମ କୋଟର ନିୟମ ଅନୁସାରେ ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ ।ଏହା ଫଳରେ ସଡ଼କ ଦୁର୍ଘଟଣା ହେଉଥିବା ମୃତ୍ୟୁକୁ ୪୧ ପ୍ରତିଶତ ହ୍ରାସ କରାଯାଇ ପାରିବ ବୋଲି ରାଜ୍ୟ ପରିବହନ କତ୍ତୃପକ୍ଷରୁ ସୂଚନା ମିଳିଛି ।
କଟକ ଓ ଓଲଟପୁର ପୋଲିସ ମିଳିତ ପଦକ୍ଷେରେ ଶୁକ୍ରବାର ୯୨ ଜଣ ମୋଟରସାଇକେଲ ଚାଳକଙ୍କୁ ହେଲମେଟ ନ ପିନ୍ଧିଲେ ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଡ଼ିଏଲ ବାତିଲ କରାଯାଇଥିବା ବେଳେ ୧ ଲକ୍ଷ ୩୪ ହଜାର ଟଙ୍କା ଚାଲଣ କଟାଯାଇଛି ।