ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ୨୦୧୩ ମସିହାରେ ହୋଇଥିବା ବେଆଇନ କିଡନି ପ୍ରତିରୋପଣ ମାମଲାରେ ଏବେ ଆପଲୋକୁ ଶକ୍ତ ଝଟକା । ଆପୋଲ ଅସପିଟାଲ ପଞ୍ଜିକରଣ ରଦ୍ଦ କରିବାକୁ ଜାତୀୟ ମାନବ ଅଧିକାର କମିଶନ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ପୀଡିତ ଅନୀଲ ସ୍ୱାମୀଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସରକାରଙ୍କୁ କମିଶନ ନିର୍ଦେଶ ଦେଇଛି । ସୂଚନା ଅନୁସାରେ ବରଗଡ଼ ସହରର ଅନୀଲ କୁମାର ସ୍ବାମୀ ନାମକ ଜଣେ ବ୍ୟକ୍ତିଙ୍କ କିଡନୀ ୨୦୧୩ରେ ଆପୋଲୋ ହସ୍ପିଟାଲରେ କାଢ଼ି ନିଆଯାଇଥିଲା । ଏନେଇ ସେ ୨୦୧୬ରେ ସେ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଅନୁସାରେ ବରଗଡ଼ର ରାଘବାନନ୍ଦ ଦୋରାଙ୍କ କିଡ୍ନୀ ନଷ୍ଟ ହୋଇଯିବାରୁ କିଡ୍ନୀ ପ୍ରତିରୋପଣ ପାଇଁ ସେ ଆବେଦନ କରିଥିଲେ । ତାଙ୍କ ଭାଇ ଜୟରାମ ଦୋରା ତାଙ୍କୁ କିଡ୍ନୀ ଦେଉଥିବାର ସେ ଏନ୍ଓସି ନେବା ବେଳେ ଦର୍ଶାଇଥିଲେ । ମାତ୍ର ଏଥିରେ ଚଞ୍ଚକତା କରି ରାଘବ ରାମ ଦୋରା ପିଡୀତ ଅନୀଲ କୁମାର ସ୍ବାମୀଙ୍କୁ ଭୁବନେଶ୍ବର ଆଣି ଆପୋଲ ହସ୍ପିଟାଲରେ ତାଙ୍କ କିଡ୍ନି କାଢି ନିଜ ଦେହରେ ପ୍ରତିରୋପଣ କରିଥିଲେ। ଏହାର କାଗଜ ପତ୍ର ଅନୀଲଙ୍କ ବଦଳରେ ଜୟରାମ ଦୋରା ନାମରେ ପ୍ରସ୍ତୁତ କରାଯାଇଥିଲା । ଏବଂ କାଗଜ ପତ୍ରରେ ତାଙ୍କ ନିଜ ଭାଇ ବୋଲି ଦର୍ଶା ଯାଇଥିଲା ।
ଏନେଇ ଅନୀଲ ବରଗଡ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତରୁ ଜଣା ପଡିିଛି ଅନୀଲଙ୍କ ପ୍ରତି ଅନ୍ୟାୟ କରାଯାଇଛି । ଅନୀଲ ସ୍ୱାମୀ ରାଘବା ନନ୍ଦ ସ୍ୱାମୀଙ୍କ ରକ୍ତର ସମ୍ପର୍କ ନୁହେଁ ବୋଲି କିଭଳି ସ୍ୱାସ୍ଥ୍ୟ ବିଭାଗ ଯାଞ୍ଚ କମିଟି ଜାଣି ପାରିଲା ନାହିଁ । ଏବଂ କିଡନି ପ୍ରତିରୋପଣ ପାଇଁ କିଭଳି ଏନଓସି ଦେଲେ । ଏହି ଯାଞ୍ଚ କମିଟି ସରକାରଙ୍କ ଅଧିନରେ ଥିବାରୁ ସରକାର ପିଡୀତକୁ ୨ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି ।