ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଦେଶରେ କରୋନାର ଆଉ ଏକ ଭ୍ୟାରିଏଣ୍ଟ ଡେଲ୍ଟା ପ୍ଲସ ସାମ୍ନାକୁ ଆସିଛି । ଯାହାକୁ ନେଇ ଚିନ୍ତା ଅଧିକ ବଢିଯାଇଛି । ଗତକାଲି ଓଡିଶାରେ ଗୋଟେ ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି । ତେବେ ଏହି ଭ୍ୟାରିଏଣ୍ଟ କେତେ ମାରାତ୍ମକ ସେନେଇ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡା । ସେ କହିଛନ୍ତି, ବିଶେଷ ଘାତକ ନୁହେଁ ଡେଲ୍ଟା ପ୍ଲସ । ଯଦି ଘାତକ ହୋଇଥାନ୍ତା ତେବେ ଏହା ସାରା ଦେବଗଡରେ ବ୍ୟାପି ସାରନ୍ତାଣି । ତଥାପି ଏହାପରେ ମଧ୍ୟ ଆମକୁ ସତର୍କ ରହିବାକୁ ହେବ ।
ଜାନୁଆରୀରୁ ଆଇଏଲଏସରେ ଜିନୋମ ସିକ୍ୟୁଏନିସିଂ କରାଯାଇଥିଲା । ଛତିଶଗଡ, ଝାରଖଣ୍ଡ , ବିହାର , ଓଡିଶା ଆଦି ରାଜ୍ୟରୁ ୩ ହଜାର ୮ ଶହ ସାମ୍ପୁଲ ଜିନୋମ ସିକ୍ୟୁଏନିସିଂ ପାଇଁ ସଂଗ୍ରହ କରାଯାଇଥିଲା । ସେଥିରେ ୧୧ ଶହ ନମୁନା ଓଡିଶାରୁ ପରୀକ୍ଷା ହୋଇଥିଲା । ଯେଉଁଥିରେ ଗୋଟେ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ।