ବଲାଙ୍ଗିର (ଏଟିଆର ବ୍ୟୁରୋ): ଦିନକୁ ଦିନ ରାଜ୍ୟର ବିଭିନ୍ନ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜିଲ୍ଲାଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଉପରେ କୌଣସି ପ୍ରଭାବ ପଡୁନାହିଁ । କୋଭିହ ଗାଇଡଲାଇନକୁ ଅଣଦେଖା କରି ବାହାରେ ଜନସାଧାରଣ ବୁଲୁଥିବାର ଦେଖିବାକୁ ମିଳୁଛି ।
ଯାହାଫଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଜିଲ୍ଳାରେ ଥିବା ବିଭିନ୍ନ ସଙ୍ଗଠନ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଚିନ୍ତା ମଧ୍ୟ ଜାହିର କରିଛନ୍ତି । ସେଥିପାଇଁ ବିଭିନ୍ନ ସଙ୍ଗଠନ ଏକ ହୋଇ ଜିଲ୍ଲାରେ ନିଜ ତରଫରୁ ପଦକ୍ଷେପ ଗ୍ରହଣ କରି ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଳାର କିଛି ସଂଙ୍ଗଠନ ଏକ ହୋଇ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତିି ।
ସୂଚନାନୁଯାୟୀ, ବଲାଙ୍ଗିର ସହରର ବଣିକ ସଂଘ, ପ୍ରମୁଖ ରାଜନୈତିକ ଦଳ, ବିଭିନ୍ନ ସାମାଜିକ ଅନୁଷ୍ଠାନ ତଥା ବୁଦ୍ଧିଜୀବୀମାନଙ୍କୁ ନେଇ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଛି । ନବ ଗଠିତ ବଲାଙ୍ଗିର କରୋନା ନିୟନ୍ତ୍ରଣ କମିଟି ପକ୍ଷରୁ ଦୋକାନ ବଜାର ଖୋଲିବା ନେଇ ଏକ ଜରୁରୀ ଘୋଷଣା କରାଯାଇଛି । କମିଟିର ନିଷ୍ପତ୍ତି କ୍ରମେ ଆସନ୍ତା ୨୫ ତାରିଖ ଶୁକ୍ରବାରଠାରୁ ୧ ଅକ୍ଟୋବର ପର୍ୟ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।
ତେବେ ବନ୍ଦ ସମୟରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦୋକାନକୁ କିଛି ସମୟ ପାଇଁ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରିଛି ସଙ୍ଗଠନ ।ଔଷଧ, ରାସନ, ଦୁଗ୍ଧ ଓ ଦୁଗ୍ଧଜାତୀୟ ଦ୍ରବ୍ୟ, ଫଳ, ପନିପରିବା, ସାର, ବିହନ, ମାଛ, ମାଂସ, ଅଣ୍ଡା, ଚା ଓ ପାନଦୋକାନ ଦୋକାନଗୁଡିକ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ଏହାସହ ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ପାର୍ସଲ ଦେଇ ପାରିବେ ବୋଲି ସୂଚନା ଦିଆଯାଇଛି ।
ଏହି ଜିଲ୍ଳାରେ ଆସନ୍ତା ୨୫ରୁ ଅକ୍ଟୋବର ୧ ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ ବଜାର
Tags #AtrNews #Odisha