ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୃଷ୍ଟିକର ଖାଦ୍ୟ ତାଲିକା ଅନୁସାରେ ଏବେ ଅଙ୍ଗନବାଡ଼ି ପିଲାମାନଙ୍କୁ ମିଳିବ ଚୁନା ମାଛ । ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ଙ୍କ ଦ୍ୱାରା ଅନୁଷ୍ଠିତ ବୈଠକରେ ମହିଳା ଓ ଶିଶୂ ବିକାଶ ପାଇଁ ଏହି ନିୟମ ଲାଗୁ କରାଯାଇଛି । ୩ ବର୍ଷ ରୁ ୬ ବର୍ଷ ବୟସର ଶିଶୁ ଓ ଗର୍ଭବତୀ ମହିଳା, କିଶୋରୀ ମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ର ୫୦ ଟି ଅଙ୍ଗନବାଡ଼ି କେନ୍ଦ୍ରରେ ପାଇଲଟ ପ୍ରକଳ୍ପ ଯୋଜନା ଆରମ୍ଭ କରାଯାଇଛି । ଏହି ପ୍ରକଳ୍ପ ସଫଳତା ହେଲେ ଜିଲ୍ଲା ର ଅନ୍ୟ ଅଙ୍ଗନବାଡ଼ି କେନ୍ଦ୍ରରେ ଏହା ଲାଗୁ କରାଯିବ ବୋଲି କୁହାଯାଇଛି । ଏ ନେଇ ୱାର୍ଲ୍ଡ ଫିସ୍ ଅଫ ସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ ସହାୟତ ଯୋଗାଇବେ ବୋଲି କହିଛନ୍ତିି ।
ୱାର୍ଲ୍ଡ ଫିସ୍ ର ନିର୍ଦ୍ଦେଶକ ଡ଼. ଗରେଥ ଜନଷ୍ଟୋନ ବୈଷୟିକ ଜ୍ଞାନ କୈାଶଳ ସର୍ମ୍ପକରେ ଆଲେଚନା କରିଥିଲେ । ମହିଳା ଓ ଶିଶୁ ବିଭାଗର ଶାସନ ସଚିବ କହିଛନ୍ତି ମାଛରେ ପ୍ରଚୁର ପରିମାଣ ରେ , ଲୈାହ ଭିଟାମିନ , କ୍ୟାଲସିୟମ , ରହିଛି । ପୃଷ୍ଟିକର ଖାଦ୍ୟ ଅନୁସାରେ ଏହାକୁ କିଶୋରୀ ,ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଅଣାଯାଇ ପାରିବ । ମିଶନ ଶକ୍ତି ମହିଳା ଏବଂ ସ୍ୱୟ ସହାୟକ ଗୋଷ୍ଠୀମାନଙ୍କୁ ଏ ସମ୍ପକରେ ତାଲିମ ପ୍ରାପ୍ତ କରାଯିବ । ସମଗ୍ର ରାଜ୍ୟରେ ପୃଷ୍ଟିସାଧନ ପାଇଁ ମାଛ କୁ ଅର୍ଥନୈତିକ ସଂସ୍ଥା ପକ୍ଷରୁ ମହିଳା ଓ ଶିଶୁ ବିଭାଗ ୁ ପ୍ରଦାନ କରାଯିବ ବୋଲି କୁହାଯାଇଛି ।