ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ସ୍ୱାଧୀନତା ଦିବସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । କୋଭିଡ ନିୟମ ପାଳନ କରି ସମସ୍ତ କାର୍ଯ୍ୟ କରିବାକୁ ସରକାରଙ୍କ ନିର୍ଦ୍ଦେଶ ।
ଗାଇଡଲାଇନ ଅନୁଯାୟୀ, ସକାଳ ୯ଟା ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ମାର୍ଚ୍ଚ ପୋଷ୍ଟ କିମ୍ବା ପରେଡ ହେବ ନାହିଁ । ସେହିପରି ସାଧାରଣ ଲୋକଙ୍କ ଅଂଶଗ୍ରହଣଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୋଟ ୭୫ ଜଣ ଅତିଥି ସାମିଲ ହେବାର ଅନୁମତି ରହିଛି । ସେମାନଙ୍କ ମଧ୍ୟରୁ ୨୦ ଜଣ କେବଳ କୋରାନା ଯୋଦ୍ଧା ସାମିଲ ହେବା ସୂଚନା ରହିଛି ।