ଜମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ପୁଲୱାମା ଘଟଣା ହେଉ କି ଜମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକ ଓ ଭାରତ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢୁଛି । ଯାହାର ପ୍ରତିଫଳନ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିିଛି । ତେବେ ଏହି ସମ୍ପର୍କକୁ ଏବେ ଟିକେ ସୁଧାର ଆଣିବାକୁ ଚେଷ୍ଟା କରୁଛନ୍ତି ଫସଲ ହାନିକାରକ ପଙ୍ଗପାଳ ପୋକ । ଆପଣମାନେ ସାଧାରଣତ ଜାଣିଥିବେ ପଙ୍ଗପାଳ ପୋକ ଫସଲ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏହି ପୋକ କିଆରିରେ ପସିଲେ ଫସଲକୁ ମୂଳରୁ ନଷ୍ଟ କରି ଦିଅନ୍ତି । ଗତବର୍ଷ ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଚୁର ମାତ୍ରାରେ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଥିଲା । ଫଳରେ ପାକିସ୍ତାନରେ ଚାଷ ଜମି ବ୍ୟାପକ କ୍ଷତି ହୋଇଥିଲା । ଏହି ପୋକ ସୀମା ଡେଇଁ ଭାରତ ମଧ୍ୟ ପସି ଆସିଥିଲେ ।
ଭାରତରେ ମଧ୍ୟ ଫସଲ କ୍ଷେତରେ ବ୍ୟାପକ କ୍ଷୟ କ୍ଷତି କରିଥିଲେ । ତାଙ୍କୁ ରୋକିବା ପାଇଁ ୨ ଦେଶ ଚେଷ୍ଟା କରିଥିଲେ ମଧ୍ୟ ରୋକି ପାରି ନଥିଲେ । ୨୦୧୯ ମସିହାରେ ପାକିସ୍ତାନରେ ବ୍ୟାପକ ପରିମାଣରେ ପଙ୍ଗପାଳ ଦେଖା ଦେଇଥିଲା । ଏବେ ଏହି ପଙ୍ଗପାଳ ପୋକଙ୍କୁ ରୋକିବା ପାଇଁ ୨ ଦେଶ ମଧ୍ୟରେ ହୋଇଥିବା ଏକ ଆଲୋଚନା ସଫଳ ହୋଇଛି । ୨ ଦେଶରେ ମିଳିତ ସହଯୋଗରେ ପଙ୍ଗପାଳଙ୍କୁ ରୋକି ହେବ ବୋଲି ନିଷ୍ପତ୍ତି ହୋଇଛି । ପୂର୍ବରୁ ଏନେଇ ୪ ଥର ବୈଠକ ବସିଥିଲେ ମଧ୍ୟ ଏହା ବିଫଳ ହୋଇଥିଲା । ମାତ୍ର ଏଥର ବସିଥିବା ବୈଠକ ସଫଳ ହୋଇଥିବା ସୂଚନା ମିଳିଛି ।