ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ପୁଣି ଏକ ବଡ ସଫଳତା ହାସଲ କରିଛି । ପ୍ରଥମ ଥର ପାଇଁ ରାତିରେ ସଫଳତା ପୂର୍ବକ ଓଡିଶାରେ ଏକ ଇଂଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ପରେ ଭାରତ ଦ୍ୱିସ୍ତରୀୟ ବ୍ୟାଲିଷ୍ଟିକ କ୍ଷେପଣାସ୍ତ୍ର ଡିଫେନ୍ସ ସିଷ୍ଟମକୁ ଉନ୍ନତ କରିବାରେ ସଫଳତା ହାସଲ କରିଛି । ଚାନ୍ଦିପୁର ଘାଟିରୁ ଗତକାଲି ରାତି ୮.୦୫ ମିନିଟରେ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି ।
ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲୋମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ) ବୈଜ୍ଞାନିକଙ୍କ କହିବାନୁଯାୟୀ ଏହି ଇଂଟସେପ୍ଟରର ନାମ ପୃଥିବୀ ଡିଫେନ୍ସ ଭେଇକିଲ୍ (ପିଡିଭି) ମିଶନ ଦିଆଯାଇଛି । ଏହା ଶତୃପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ୫୦ରୁ ୧୫୦ କିଲୋମିଟର ଉଚ୍ଚତାରେ ଧ୍ୱଂସ କରିବାରେ କ୍ଷମତା ରହିଛି । ଏହାସହିତ ସମସ୍ତ ଗତିବିଧିର ଲାଇଭ୍ ଅପଡେଟ୍ ଜଣାଇବ ।