ଘଷିପୁରା,(ଏଟିଆର ବ୍ୟୁରୋ): ସାମାନ୍ୟ କଥାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ତୀର ମାଡ଼ ହୋଇଛି । ତୀରଟି ମହିଳାଙ୍କ ପିଠିରେ ପଶି ରହିଛି । ସ୍ଥାନୀୟ ଲୋକେ ଆହତ ମହିଳାଙ୍କୁ ଚିକିତ୍ସା ଲାଗି ହସପିଟାଲରେ ଭର୍ତ୍ତି କରିଥିବା ବେଳେ ପୁଲିସ ପୂରା ଘଟଣାର ତଦନ୍ତ କରୁଛି । ଏଭଳି ଘଟଣା ଘଷିପୁରା ଥାନା କାଠକଟା ଗାଁରେ ନଜରକୁ ଆସିଛି । ଆହତ ମହିଳାଙ୍କ ନାଁ ଅଲ୍ଲୀ ଜେନା ବୋଲି ଜଣାପଡିଛି ।
ମିଳିଥିବା ରିପୋର୍ଟ ଅନୁସାରେ, ସ୍ଥାନୀୟ ଅଞ୍ଚଳର ଅଭି ଜେନା ନାମକ ଜଣେ ବ୍ୟକ୍ତିଙ୍କ ସହ ଅଲୀଙ୍କ କୌଣସି କଥାକୁ ନେଇ ପାଯିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭି ଅଚାନକ ତୀର ମାଡ଼ କରିଥିଲେ । ତୀରଟି ଅଲୀଙ୍କ ପିଠିରେ ବାଜିଥିଲା । ସେଠାରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ସ୍ଥାନୀୟ ଲୋକେ ଅଲୀଙ୍କୁ ଉଦ୍ଧାର କରି ହସପିଟାଲ ନେବା ସହ ପୁଲିସକୁ ସୂଚନା ଦେଇଥିଲେ ।