ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତ ସବୁଠାରୁ ବିପଦଜନକ ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିଶାଇଲର ଲ୍ୟାଣ୍ଡ ଆଟାକ୍ ଭର୍ସନର ସଫଳ ପରୀକ୍ଷଣ କରିଛି । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ର ଏକ ଅଞ୍ଜାତ ଦ୍ୱୀପରୁ ନଭେମ୍ବର ୨୪ ତାରିଖରେ ପରୀକ୍ଷଣ କରାଯାଇଥିବା ସୂଚନା ମିଳିଛି । ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଏହା ପରେ ଭାରତ ମିସାଇଲ ପରିସରକୁ ଅଧିକ ସୁଦୃଢ କରାଯାଇପାରିଛି ।
ଭୁପୃଷ୍ଠରୁ ଭୂପୃଷ୍ଠ କୁ ଲକ୍ଷଭେଦ କରୁଥିବା ଏହି ମିସାଇଲର ରେଞ୍ଜ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି । ଏହାର ଲମ୍ବ ୨୮ ଫୁଟ ରହିଥିବା ବେଳେ ଏହାର ଓଜନ ୩୦୦୦ କିଲୋଗ୍ରାମ ରହିଛି ।ଏହା ପାରମ୍ପାରିକ ୨୦୦ କିଲୋଗ୍ରାମର ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରିବ । ୩୦୦ କିଲୋମିଟରରୁ ୮୦୦ କିଲୋମିଟର ଦୂରରେ ଥିବା ଶତ୍ରୁ ଉପରକୁ ଲକ୍ଷ୍ୟଭେଦ କରିପାରିବ ।ଏପରି କି ଏହା ଘଣ୍ଟାପ୍ରତି ୪୩୦୦ କିଲୋମିଟର ବେଗରେ ଆକ୍ରମଣ କରିପାରିବ ।