ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଭାରତ ପଠାଇଥିବା କୋଭିଡ ଟିକା ଗ୍ରହଣ କରିଛି ଭୂଟାନ । ନୂଆଦିଲ୍ଲୀଠାରୁ ପଠାଯାଇଥିବା ୧,୫୦,୦୦୦ କୋଭିଶିଲ୍ଟ ଟିକା ବୁଧବାର ଦିନ ଭୂଟାନରେ ପହଞ୍ଚିଥିଲା । ପ୍ରତିକ୍ରିୟାରେ ଭୂଟାନ କହିଛି ବିଶ୍ୱସ୍ତ ବନ୍ଧୁ ରାଷ୍ଟ୍ରରୁ ଉପହାର ସ୍ୱରୂପରେ ଟିକା ମିଳିଛି । ଟିକା ଗ୍ରହଣ କରିବା ପରେ ଭୂଟାନର ପ୍ରଧାନମନ୍ତ୍ରୀ ଡ.ଲୋଡୟ ଥେରସିଂ ଭାରତକୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି ମାଲଦ୍ୱୀପରେ ମଧ୍ୟ ଏକ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚିଛି । ଏଥିପାଇଁ ମାଲଦ୍ୱୀପ ସରକାର ଖୁସି ବ୍ୟକ୍ତ କରିଛନ୍ତି । ସଙ୍କଟ ବେଳେ ଭାରତ ଆମ ପାଖରେ ଛିଡା ହୋଇଛି ବୋଲି ମନ୍ତ୍ରୀ ଅବଦୁଲ୍ଲା ଶହିଦ କହିଛନ୍ତି । ସେହିପରି ନେପାଳକୁ ୧୦ ଲକ୍ଷ ଡୋଜ ପଠାଯିବ ବୋଲି ଜଣାପଡିଛି ।
କରୋନା ସଂଙ୍କଟ ସମୟରେ ଭାରତ ଅତ୍ୟାବଶ୍ୟକ ସାମଗ୍ରୀ ରପ୍ତାନୀ କରିଛି । ଏବଂ ନିଜର ଚାହିଦା ପୁରଣ ହୋଇଦଥିଲେ ମଧ୍ୟ ଭାରତ ବିଦେଶକୁ ଟିକା ରପ୍ତାନୀ କରିଛି ।