ପୁରୀ (ଏଟିଆର ବ୍ୟୁରୋ): ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇର ଯୁଗ୍ମ ଡିଜି ପୁରୀ ଯାଇ ଶ୍ରୀମନ୍ଦିରର ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ସାଙ୍ଗକୁ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିଛନ୍ତି । ନାଟମଣ୍ଡପ ବିମରେ ହୋଇଥିବା ଫାଟ, ଜଗମୋହନର ସ୍ଥିତି ସମୀକ୍ଷା କରିଛନ୍ତି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏଏସଆଇର ଯୁଗ୍ମ ଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ୬ଜଣିଆ କୋରକମିଟି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ବିଶେଷଜ୍ଞ ଟିମ ନାଟ ମଣ୍ଡପ, ମେଘନାଦ ପାଚେରୀ, ଜଗମୋହନ ସ୍ଥିତି ଯାଞ୍ଚ କରିଛନ୍ତି । ନାଟମଣ୍ଡପ ବିମରେ ହୋଇଥିବା ଫାଟର ସ୍ଥିତି ପରଖିଛନ୍ତି ।
ଏହି ଟିମରେ ଏଏସଆଇ ନିର୍ଦ୍ଦେଶକ ମଦନ ସିଂହ ଚୈାହାନ, ପ୍ରତ୍ନତତ୍ତ୍ୱ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ମଧ୍ୟ ଉପସ୍ଥିତ ଅଛନ୍ତି । ସମସ୍ତ ସ୍ଥିତି ଅନୁଧ୍ୟାନ ପରେ ଟିମ ପାନ୍ଥନିବାସ ଯାଇ ଯାଞ୍ଚ ହୋଇଥିବା ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ପୁରୀ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବାରମ୍ପାର ପ୍ରତ୍ନତତ୍ତ୍ୱ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ସାଧାରଣରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।