ସମ୍ବଲପୁର (ଏଟିଆର ବ୍ୟୁରୋ): ପଥରମାଡ ଘଟଣାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ୪୮ ଘଣ୍ଟା ପାଇଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ କଲେ ସରକାର । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଆଜି ୧୦ ଟାରୁ ୪୮ ଘଣ୍ଟା ପାଇଁ ବନ୍ଦ ଇଣ୍ଟରନେଟ ସେବା ।
ଗତକାଲି ହନୁମାନ ଜୟନ୍ତି ବାଇକ ରାଲି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାକୁ ଅଟକାଇବା ପାଇଁ ପୋଲିସ ଉଦ୍ୟମ କଲା ବେଳେ ପୋଲିସ ଉପରକୁ ପଥର ମାଡ କରିବା ସହ ସୋସିଆଲ ମିଡିଆ ଜରିଆରେ ଲୋକଙ୍କୁ ଉସକେଇବାର ମେସେଜ ପଠାଯାଇଥିଲା ।