ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଖି ଆଗରେ ବହୁତ ବଡ ଚ୍ୟାଲେଞ୍ଜ । ସମସ୍ୟା କଥାତ ନ କହିଲେ ଭଲ । ଚୋରି, ଛିନ୍ତାଇ , ଲୁଟ ରାହାଜାନୀ ଏପରି କି ମହିଳାଙ୍କ ପ୍ରତି ହେଉଥିବା ନାରୀ ନିର୍ଯ୍ୟାତନା ହୁହୁ ହୋଇ ବଢୁୂଛି । ଆଉ ଏ ସବୁକୁ ଏବେ ସମ୍ମୁଖୀନ କରିବେ ନୂତନ ଭାବେ ଟ୍ୱିନ ସିଟିରେ ପୋଲିସ କମିଶନର ଦାୟିତ୍ୱ ନେଇଥିବା ସୁଧାଂଶୁ ଷଡଙ୍ଗୀ । ଟ୍ୱିନ ସିଟିର ସପ୍ତମ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁଧାଂଶୁ ଷଡଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୁଧାଂଶୁ ଷଡଙ୍ଗୀ ।
ଶ୍ରୀ ଷଡଙ୍ଗୀ ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି । ଶ୍ରୀ ଷଡଙ୍ଗୀ ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିଭଳି ସତ୍ୟଜିତ ମହାନ୍ତିଙ୍କୁ ଜେଲ୍ ବିଭାଗର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସୂଚନାଯୋଗ୍ୟ ଗତ ଗୋଟିଏ ସପ୍ତାହ ହେଲା ରାଜ୍ୟରେ ଆଇଏସ ସ୍ତରରେ ବଡ ଧରଣର ଅଦଳବଦଳ ହେଉଛି ।
ତେବେ ଶ୍ରୀ ଷଡଙ୍ଗୀଙ୍କୁ ଟ୍ୱିନ ସିଟିର ଦାୟିତ୍ୱ ଦିଆଯିବା ପରେ ଟ୍ୱିନ ସିଟିରେ ବଢୁଥିବା ଅପରାଧରେ ରୋକ ଲାଗିବ ବୋଲି ସାଧାରଣରେ ଆଲୋଚନା ହେଉଛି । ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦେଶକ ରହିଥିବାରୁ କ୍ରାଇମ ଉପରେ ତାଙ୍କର କଡା ନଜର ରହିବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଅସାଧୁ ନିଶା ବ୍ୟବସାୟୀ, ବନ୍ଧୂକ ବ୍ୟବସାୟୀ ଓ ସେକ୍ସ ର୍ୟାକେଟ ଉପରେ ସେ କଡା ଆଭିମୁଖ୍ୟ ନେବେ ବୋଲି ଚର୍ଚ୍ଚା ହେଉଛି ।