କାମାକ୍ଷାନଗର (ଏଟିଆର ବ୍ୟୁରୋ): ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ କିଛି ମଣିଷ ଆଜି ମଧ୍ୟ ଗୁଣୀଗାରେଡି ଭଳି କୁପ୍ରଥା ଉପରେ ବିଶ୍ୱାସ କରୁଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କନାଳ ଜିଲ୍ଲା କୋରଜଳି ଓ କେନ୍ଦୁମୁଣ୍ଡା ଓ ଘୁଟୁରୀ ଗାଁରେ ।
ସୂଚନା ଅନୁସାରେ ପୁରୁଣା ପ୍ରଥା ଅନୁସାରେ ରୋଗର ନିରାକରଣ ପାଇଁ ମକର ସଂକ୍ରାନ୍ତି ପରଦିନ ଚେଙ୍କ ଦେଲେ କୁଆଡେ ଦେହ ଭଲ ହୋଇଯାଏ । ଏଥର ମକର ସଂକ୍ରାନ୍ତିରେ ମଧ୍ୟ ଏମିତି କିଛି ପ୍ରଥା ଏହି ଗାଁରେ ଦେଖିବାକୁ ମିଳିଛି । ଗାଁରେ କେତେକ ମହିଳା ରୋଗଗ୍ରସ୍ତ ଲୋକଙ୍କୁ ଚେଙ୍କ ଦେଇଥିବା ସୂଚନା ମିଳିଛି ।