ନୂଆଦିଲ୍ଲୀ(,ଟିଆର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ଟ୍ରାଫିକ ଓ ଡ୍ରାଇଭିଂର ନିୟମ ଆହୁରି କଡାକଡି କରାଯାଇଛି । ଡିସିପି ପ୍ରଶାନ୍ତ ଗୈାତମଙ୍କ ନିର୍ଦ୍ଦେଶ ଅନୁସାରେ କାରର ପଛରେ ବସିଥିବା ଲୋକଙ୍କୁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦୁଇ ଚକିଆ ଯାନରେ ଦର୍ପଣ ଲାଗିନଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଦିଲ୍ଲୀ ଟ୍ରାଫିକ ପୋଲିସଙ୍କ କହିବା ଅନୁସାରେ ଅଧିକାଂଶ ଲୋକଙ୍କ ବାଇକରେ ସାଇଡ ମିରର ନଥିବାର ଦେଖିବାକୁ ମିଳୁଛି ।କିଛି ଲୋକଙ୍କୁ ବାଇକରେ ସାଇଟ ମିରର ଥିବାର ପସନ୍ଦ ଆସୁନଥିବା ବେଳେ ଆଉ କିଛି ଲୋକ ମିରର ଖରାପ ହୋଇଗଲେ ଏହାକୁ ସଜାଡୁ ନାହାନ୍ତି । ଯାହା ଫଳରେ କି ଦୁର୍ଘଟଣା ଘଟିଲେ ଡ୍ରାଇଭର ଓ ଆଗ ସିଟରେ ବସିଥିବା ବ୍ୟକ୍ତି ବଂଚି ଯାଉଥିବା ବେଳେ ପଛ ସିଟରେ ବସିଥିବା ଲୋକ ଅଧିକ ଆହତ ହେଉଛନ୍ତି । ତେଣୁ କାରର ରେ ବସିଲେ ସିଟ ବେଲ୍ଟ ପିନ୍ଧିବା ଅତ୍ୟନ୍ତ ଜରୁରୀ ହୋଇଥାଏ ।
କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁସାରେ ଏହି ବ୍ୟବସ୍ଥା ୨୦୦୪ ରୁ କାର୍ଯ୍ୟକାରୀ ହୋଇଆସୁଛି । ଯାହା ୨୦୦୫ ରେ କାର୍ଯ୍ୟକାରୀ ହୋଇଥିଲା । ସିଟ ବେଲ୍ଟର ନିୟମ ପୂର୍ବରୁ ସ୍ପଷ୍ଟ ହୋଇଥିବା ବେଳେ କମ୍ପାନୀଗୁଟିକ ମଧ୍ୟ ନିଜ କାରରେ ସିଟ୍ ବେଲ୍ଟ ଦେଉଛନ୍ତି ।
ଏପରିକି ଯଦି କାରର ପଛ ସିଟରେ ବସି ସିଟ ବେଲ୍ଟ ନଲଗାଇଲେ ୧୦୦୦ ଟଭଙ୍କା ଜରିମାନ ରହିଥିବା ବେଳେ ବାଇକରେ ସାଇଡ୍ ମିରର ନଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ ବୋଲି କୁହାଯାଇଛି ।