କଟକ ( ଏଟିଆର ବ୍ୟୁରୋ): ଏଇ ନିକଟରେ ଦିଲ୍ଲୀ ଏମସରୁ କଟକ ଏସିବି ଆସିଥିବା ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଏବେ ସୁଧା ଆସିବାରେ ଲାଗିଛି । ସୂଚନା ଅନୁସାରେ ଏସିବି ଭେଣ୍ଟିଲେଟରରେ ରହି ଚକିତ୍ସ୍ଖଚ୍ଛ ହେଉଥିବା ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । ବଳିଆ ଦେହରେ ଥିବା ନିମୋନିଆ ସଂକ୍ରମକ ଧିରେ ଧିରେ କମିବାରେ ଲାଗିଛି । ଜଗା ବଳିଆଙ୍କ ଚକିତ୍ସା ପାଇଁ ହୋଇଥିବା ଟିମରେ ମୁଖ୍ୟ ରହିଥିବା ବା ଅଧ୍ୟକ୍ଷ ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସୂଚନା ଅନୁଯାୟୀ ଆବଶ୍ୟକତା ଅନୁସାରେ ବଳିଆକୁ ଭେଣ୍ଟିଲେଟରରେ ରଖାଯାଉଛି।
ଅନେକ ସମୟରେ ସେ ସ୍ବାଭାବିକ ଭାବେ ନିଃଶ୍ବାସ, ପ୍ରଶ୍ବାସ ନେଇପାରୁଛି । ତଥାପି ବିଭିନ୍ନ ସମୟରେ ହଠାତ୍ ତାକୁ ଜ୍ବର ଆସୁଛି। ତେଣୁ ତାର ଆଣ୍ଟିବାୟୋଟିକ୍ରେ କିଛିଟା ପରିବର୍ତ୍ତନ କରାଯାଇଛି। ସେହଭଳି ଜଗା ଏକ ପ୍ରକାର ସୁସ୍ଥ ରହିଛି । ଖୁବ ଶୀଘ୍ର ଜଗା କଟକରୁ ଘରକୁ ଫେରିପାରେ । ଏନେଇ ତାଙ୍କ ପାରବାରକୁ ସୂଚିନା ଦିଆଯାଇଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ ପାଖା ପାଖି ୨ ବର୍ଷ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ସେପ୍ଟେମ୍ବର ୮ ତାରିଖରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାରେ ରଖାଯାଇ ଚିକିତ୍ସା କରାଯାଉଛି। ଉଭୟଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇଛି । ଏକ ୱାଟସଆପ ଗ୍ରୁପ ମାଧ୍ୟମରେ ଡାକ୍ତରମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି ।