ଜଗତସିଂହପୁର (ଏଟିଆର ବ୍ୟୁରୋ): ଆଜି ନାମାଙ୍କନ ଭରିବେ ଜଗତସିଂହପୁରର ୪ ବିଧାନସଭା ମଣ୍ଡଳିର ବିଭିନ୍ନ ଦଳର ବିଧାୟକ ପ୍ରାର୍ଥୀ । ଏଥି ପାଇଁ ଆଜି ଜଗତସିଂହପୂୁର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ୨୯ ତାରିଖରେ ଜିଲ୍ଲାରେ ମତଦାନ ହେବାକୁ ଥିବାବେଳେ ନାମାଙ୍କନ ପାଇଁ କାଲି ଶେଷ ତାରିଖ ରହିଛି । ଏଥିପାଇଁ ଆଜି ୪ ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ବିଭିନ୍ନ ଦଳରୁ ୧୪ ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ସୂଚନା ମିଳିଛି ।
ଚଳିିତ ନିର୍ବାଚନରେ ଜଗତସଂହପୁରରେ ବହୁ ହେବିୱେଟ ନେତା ନିର୍ବାଚନୀ ମୈଦାନରେ ରହିଛନ୍ତି । ଯାହା ପାଇଁ ସାରା ରାଜ୍ୟର ନଜର ରହିଛି ଜିଲ୍ଲା ଉପରେ । ଚଳିତ ଥର ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ଚିରଞ୍ଜିବ ବିଶ୍ୱାଳ, ତିର୍ତ୍ତୋଲରୁ କଂଗ୍ରେସ ପ୍ରାର୍ଥୀ ବାପି ସର୍ଖେଲ, ବିଜେଡିରୁ ସମ୍ବିତ ରାଉତରାୟ, ବାଲିକୁଦା ଏରସମାରୁ ଦାମ ରାଉତ, ଜଗତସିଂପୁର ବିଜେପି ସାଂସଦ ପ୍ରାର୍ଥୀ ବିଭୁ ତରାଇ , ବାଲିକୁଦା ଏରସମା କଂଗ୍ରେସ ପ୍ରାର୍ଥୀ ରଘୁନନ୍ଦନ ଦାସ ପ୍ରମୁଖ ହେବିୱେଟ ନେତା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି ।
ଭିଡ ଓ ଗଣ୍ଡଗୋଳକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏକା ଦିନେ ବିଜେପିରୁ ବାପା ଦାମ ରାଉତ ଓ ବିଜେଡିରୁ ପୁଅ ସମ୍ବିତ ପାତ୍ର ନାମାଙ୍କନ କରିବେ । ବାପର ବେଶି ସମର୍ଥକ କି ପୁଅର ବେଶି ସମର୍ଥକ ଯୋଗ ଦେବେ ତା ଉପରେ ସମସ୍ତଙ୍କ ନଜର ରହିଛି । ଆଜି ନାମାଙ୍କନ କାର୍ଯ୍ୟକ୍ରମରେ ବିଭିନ୍ନ ଦଳରୁ ଲକ୍ଷେରୁ ଅଧିକ କର୍ମୀ ଯୋଗ ଦେବାର ଆଶଙ୍କା ରହିଛି । ସେହିପରି ଚିରଞ୍ଜିବ ବିଶ୍ୱାଳଙ୍କର ୧୦ ହଜାରରୁ ଅଧିକ ସମର୍ଥକ ଯୋଗଦେବାର ସୂଚନା ମିଳିଛି । ସେହପରି ଆସନ୍ତା କାଲି ଜଗତସିଂହପୁର ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବାର କାଯ୍ୟକ୍ରମ