ଜଗତସିଂହପୁର (ଏଟିଆର ବ୍ୟୁରୋ): କିଏ ଜିତିବ ଜଗତସିଂହପୁର ? କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସୀ । କିଏ ଜୟ କରିବ ଜଗତସିଂହପୁରିଆଙ୍କ ମନ । ବିଭୂ, ରାଜଶ୍ରୀ ନା ପ୍ରତିମା । ଅଗାମୀ ୨୯ ତାରିଖରେ ଜଗତସିଂହପୁର ଲୋକସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଯାହାକୁ ନେଇ ତିନି ପ୍ରମୁଖ ଦଳର ପ୍ରାର୍ଥୀ ମାନେ ସେମାନଙ୍କ ପ୍ରଚାର ଜୋରଦାର କରିଛନ୍ତି । ସେହିଭଳି ଯଦି ଆମେ ପ୍ରାର୍ଥୀଙ୍କୁ ନଜର କରିବା ତିନି ଦଳରେ ତିନି ହେବିୱେଟ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା ଦେଉଛନ୍ତି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ପ୍ରାର୍ଥର୍ୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ କରିଛି ପ୍ରତିମା ମଲ୍ଲିକଙ୍କୁ ସେହିଭଳି ବିଜେପି ପ୍ରାର୍ଥୀ କରିଛି ବିଭୂ ତରାଇଙ୍କୁ । ତିନି ଜଣଙ୍କୁ ଯଦି ନଜର ଦିଆଯାଏ ବିଭୁ ତରାଇ ପୂର୍ବରୁ ସିପିଏମ ଓ ବିଜେଡିର ମେଣ୍ଟରେ ଥରେ ସାସଂଦ ହୋଇଛନ୍ତି ।
ସେହିଭଳି ରାଜଶ୍ରୀ ମଳ୍ଲିକ ମଧ୍ୟ ବର୍ତ୍ତମାନ ତିର୍ତ୍ତୋଲ ବିଧାୟିକା ରହିଛନ୍ତି । କିନ୍ତୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରତିମା ମଲ୍ଲିକ ରାଜନୀତି ପାଇଁ ନୂଆ ହୋଇଥିଲେ ସୁଦ୍ଧା ପୂର୍ବତନ ଜଗତସିଂହପୁର ବିଧାୟକ ୰ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ । ସେପଟେ ଚଳିତଥର ଜଗତସିଂହପୁର ରାଜନୀତି ଖେଚୁଡି ହୋଇ ଯାଇଥିବାରୁ କିଏ ଜିତିବ ତାହା ରହୁଛି ସନ୍ଦେହରେ ।
ପ୍ରଚାରକୁ ଦେଖାଯାଏ ବିଜେଡି ପାଇଁ ଆସି ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିବା ବେଳେ ବିଭ ୂତରାଇ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ସହିତ ପ୍ରଚାରକୁ ଜୋରଦାର କରିଛନ୍ତି । ଅନ୍ୟପଟେ ପ୍ରତିମା ମଧ୍ୟ ଦଳୀୟ ପ୍ରାର୍ଥୀ ମାନଙ୍କୁ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ତେବେ ଗତଥର ଏହି ଆସନଟି ବିଜେଡରୁ କୁଳମଣି ସାମଲ ଦଖଲ କରିଥିବା ବେଳେ ୨୦୦୯ ରେ ବିଭୁ ଏହି ଆସନକୁ ନିଜ ହାତକୁ ନେଇଥିଲେ । ଚଳିତ ଥର କିନ୍ତୁ ବିଭୁଙ୍କ ପାଇଁ ପୁଣି ଗଡ ରଖିବା ସହଜ ହୋଇନପାରେ । ଏଥର ଜଗତସଂହପୁରରେ ଚିତ୍ର କିଛି ଅଲଗା ରହିଛି ।