ମୁମ୍ବାଇ (ଏଟିଆର ବ୍ୟୁରୋ): ସଲମାନ୍ ଖାନ୍ ଙ୍କ ଅପକମିଂ ଫିଲ୍ମ ‘ଭାରତ’ ର ପ୍ରଥମ ଗୀତ ‘ସ୍ଲୋ ମୋଶନ’ ରିଲିଜ୍ ହୋଇଯାଇଛି । ଫିଲ୍ମର ଏହି ଗୀତରେ ପ୍ରଥମ ଥର ପାଇଁ ସଲମାନ୍ ଏବଂ ଦିଶା ପଟ୍ଟାନୀଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଫିଲ୍ମର ଟ୍ରେଲର ଅପ୍ରିଲ ୨୨ ରେ ରିଲିଜ୍ ହୋଇଯାଇଥିଲା ।
ଗୀତରେ ସଲମାନ୍ ଖାନ୍ ସର୍କସରେ ମୌତ କା କୁଆଁ ରେ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ତାଙ୍କ ପୂରା ଟକ୍କର ଦେଉଥିବାର ଦିଶା ପଟ୍ଟାନୀଙ୍କର ଧମାକାଦାର ଏଣ୍ଟ୍ରି ହେଉଛି । ଏଥିରେ ସଲମାନ୍ ରେଟ୍ରୋ ଲୁକ୍ ଏବଂ ଦିଶା ପଟ୍ଟନୀ ଶାଢୀ ଲୁକ୍ ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।
ରିପୋର୍ଟ ମୁତାବକ, ଜୁନ୍ ୫ ରେ ଫିଲ୍ମ ‘ଭାରତ’ ପରଦାରେ ମୁକ୍ତିଲାଭ କରିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଲ୍ଲୀ ଅବାସ ଜଫର ରହିଛନ୍ତି । ସେହିପରି ଏଥିରେ ସଲମାନ୍ ଖାନ୍, କ୍ୟାଟ୍ରିନା କୈଫ୍, ଦିଶା ପଟ୍ଟାନୀ,ତବ୍ୱୁ,ସୁନୀଲ ଗ୍ରୋଭର, ଜ୍ୟାକି ଶ୍ରଫ୍ ଏବଂ ସୋନାଲି କୁଲକର୍ଣ୍ଣି ଆଦି ପ୍ରମୁଖ ଭୂମିକାରେ ନଜର ଆସିବେ ।