ନୂଆଦିଲ୍ଲୀ (ଏଟିଆ ବ୍ୟୁରୋ): ବଲିଉଡର ଆକ୍ସନ ହିରୋ ଟାଇଗର ଶ୍ରଫ୍ ଏବଂ କୃତି ସେନନ ଙ୍କ ଅପକମିଂ ଫିଲ୍ମ ‘ଗଣପଥ’ ର ଟ୍ରେଲର ରିଲିଜ୍ ପୂର୍ବରୁ ଟାଇଗର ଏବଂ କୃତିଙ୍କ ନୂତନ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ମଧ୍ୟ ଟାଇଗରଙ୍କ ଆକ୍ସନ ଦେଖିବାକୁ ମିଳିବ । ଏହାସହିତ ଟାଇଗର ଏବଂ କୃତିଙ୍କ ରୋମାନ୍ସ ଏବଂ ସିଜଲିଙ୍ଗ କେମେଷ୍ଟ୍ରୀ ଦେଖିବାକୁ ପାଇବେ ଦର୍ଶକ ।
ଗଣପଥ’ ର ଟ୍ରେଲର ପ୍ରଥମେ ହ୍ୱାଟ୍ସଆପ୍ ଚ୍ୟାନେଲରେ ଲଞ୍ଚ କରାଯିବ । ଏହାପରେ ସୋସିଆଲ ମିଡିଆରେ ଅଫିସିଆଲ ଘୋଷଣା କରିବେ ନିର୍ମାତା ।
ଅକ୍ଟୋବର ୨୦ ରେ ହିନ୍ଦୀ, ତେଲୁଗୁ, କନ୍ନଡ, ଏବଂ ମାଲୟାଲମ ଭାଷାରେ ରିଲିଜ୍ ହେବ ଗଣପଥ’ ।