କଟକ(ଏଟିଆର ବ୍ୟୁରୋ):କଟକରେ କଲବଲ କରାଉଛି ଜାଇକା ଯନ୍ତ୍ରଣା ।କେବେ ସୁଧୁରିବ ଏହି ଜାଇକା ବ୍ୟବସ୍ଥା । କଟକ ସହର ସ୍ୱଚ୍ଛ ହେବ,ସହରରେ ଆଉ ଜମା ହେବ ନାହିଁ ନାଳନର୍ଦ୍ଦମାର ପାଣି,ଡ୍ରେନ ଗୁଡିକ ଉପରେ କରାଯିବ ବାକ୍ସ ସିଷ୍ଟମ ।ଏଭଳି ଅନେକ କାମ ନେଇ ଆରମ୍ଭ ହୋଇଥିଲା କଟକରେ ଜାଇକା କାମ । ଏହାରି ଭିତରେ ଅନେକ ଦିନ ବିତିଗଲାଣି । କିନ୍ତୁ କାମ ସରିବାର ନା ନେଉନଥିବା ବେଳେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅନେକ ସ୍ଥାନରେ ଅଧାପନ୍ତରା ହୋଇପଡିରହିଛି ଜାଇକା କାମ । କିଛି ସ୍ଥାନରେ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି । ସହର ସାରା ଖାଲଢିପ ଦେଖିବାକୁ ମିଳୁଛି । ଜାଇକା କାମ କେବେ ଆରମ୍ଭ ହୋଇ କେବେ ସରିବ ଏ ନେଇ କାହାରି ପାଖରେ କୈାଣସି ଯବାବ ନାହିଁ । ବିଭିନ୍ନ ସ୍ଥାନରେ ରାସ୍ତାରେ କାମ ସରିଥିବା ବେଳେ ରାସ୍ତାର ମରାମତି କରାଯାଇ ନାହିଁ ।
ମହାନଗର ନିଗମ ପାଇଁ ମୋଟ ୨୯୭୪ କୋଟି ଟଙ୍କା ବ୍ୟୟ ହୋଇଥିଲା । ପ୍ରଥମ ପର୍ଯ୍ୟୟରେ ରାଜ୍ୟ ସରକାର ୫୯୪ କୋଟି ଟଙ୍କା ମଂଜୁରି କରିଥିବା ବେଳେ ଜାପାନ ସରକାରଙ୍କ ପାଖରୁ ୨୩୮୦ କୋଟି ଟଙ୍କା ରୁଣ ଆଣି କାମ ଆରମ୍ଭ ହୋଇଥିଲା । ୨୦୧୨ ରେ କାମ ଆରମ୍ଭ ହୋଇଥିଲା ।
କଟକ ଓ ଭୂବନେଶ୍ୱର ପାଇଁ ମୋଟ ୬୩୨ କିମି ନେଟୱାର୍କ କାମ ହେବାର ଯୋଜନା ରହିଥିଲା । ସେଥିରୁ ୨୫୨ ଭୂବନେଶ୍ୱର ପାଇଁ ରହିଥିବା ବେଳେ କଟକ ପାଇର୍ ୩୮୦ କିମି ରହିଥିଲା ।