ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶେଷରେ କଥା ବଦଳାଇଲେ ବଙ୍ଗୀୟ ଅଭିନେତ୍ରୀ । ନାୟିକା ନିର୍ଦ୍ଦେଶକଙ୍କ ମଧ୍ୟରେ ୨ ଦୁଇ ଦିନ ଧରି ଚାଲିଥିବା ବିବାଦର ଘଟିଲା ଅନ୍ତ । ଆପୋଷ ବୁଝାବଣାରେ ବିବାଦର ହେଲା ସମାଧାନ । ରାଗ ମୁଡରେ ଥିବାରୁ ଏପରି ଅଭିଯୋଗ କରିଥିବା ମାନିଲେ ବଙ୍ଗୀୟ ହିରୋଇନ । ଫିଲ୍ମ ତୁମୋ ସୁନା ଚଢେଇର ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଥିବା ବିବାଦ ଏବେ ଶାନ୍ତ ପଡିଯାଇଛି । ସୂଚନା ଯୋଗ୍ୟ , ଗତ ଦୁଇଦିନ ତଳେ ଫିଲ୍ମ ତୁ ମୋ ସୁନା ଚଢେଇ ଫିଲ୍ମର ଅଡିଓ ରିଲିଜ କାର୍ଯ୍ୟକ୍ରମ ଭୁବନେଶ୍ୱରର ଏକ ହୋଟେଲରେ ଅନୁଷ୍ଟିତ ହୋଇଥିଲା । ତେବେ ଏହି ଅବସରରେ ଫିଲ୍ମର ନାୟିକା ଏଲସା ଘୋସ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଥିଲେ ।
ଖାଲି ସେତିକି ନୁହେଁ ତାଙ୍କ ଅଭିନିତ କିଛି ଦୃଶ୍ୟକୁ ମଧ୍ୟ ନିର୍ଦ୍ଦେଶକ କାଟିଦେଇଥିବା ସେ ଅଭିଯୋଗ କରିଥିଲେ । ଯାହାକୁ ନେଇ ସେଦିନ ନିର୍ଦ୍ଦେଶକ ଓ ବଙ୍ଗୀୟ ନାୟିକାଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଏ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଆଜି ଏହି ବିବାଦ ଏକ ନାଟକୀୟ ମୋଡ ନେଇଛି । ହଠାତ ଅଭିନେତ୍ରୀ ଏଲସା ୟୁଟର୍ଣ୍ଣ ନେଇଛନ୍ତି । ଘଟଣା ସମୟରେ ସେ ରାଗ ମୁଡରେ ଥିବାରୁ ଏ ସବୁ କହିଦେଇଥିବା ମାନିଛନ୍ତି । ଏ ଘଟଣାକୁ ନେଇ ଆପୋଷ ବୁଝାବଣା ମାଧ୍ୟମରେ ବିବାଦର ସମାଧାନ ହୋଇଥିବା ଏଲସା କହିଛନ୍ତି । ଏ ଘଟଣାରେ ତୃତୀୟ ବ୍ୟକ୍ତି ନ ପଶିବାକୁ ମଧ୍ୟ ସେ କହିଛନ୍ତି । ତେବେ ନାୟିକା ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ଚାଲିଥିବା ବିବାଦ ଶେଷରେ ଶାନ୍ତ ପଡିଛି ।